ବିଶିଷ୍ଟ ସମାଜସେବୀ ନବଘନ ନାୟକଙ୍କ ଦେହାନ୍ତ

0 2

 

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଜନେତା ନବଘନ ନାୟକଙ୍କ ଏପ୍ରିଲ ୭ ତାରିଖ ସକାଳ ସମୟରେ ୮୭ ବର୍ଷ ବୟସରେ ନିଜ ଗ୍ରାମ ତାକରଡ଼ା ରେ ଦେହାନ୍ତ ହୋଇଯାଇଛି। ବିଜୁବାବୁଙ୍କ ଦୃଢ଼ ସମର୍ଥକ ସ୍ବର୍ଗତ ନବଘନ ନାୟକ ଛାତ୍ର ଜୀବନରୁ ରାଜନୀତିରେ ଅଂଶ ଗ୍ରହଣ କରି ଆସିଥିଲେ। ସେ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ସମେତ ବୁଗୁଡା ବ୍ଲକ ଅଧ୍ୟକ୍ଷ ଓ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଦ୍ବାୟୀତ୍ୱ ତୁଲାଇଥିଲେ। ନବଘନ ବାବୁଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ବିଭିନ୍ନ ଦଳର  ରାଜନେତା ଙ୍କ ସମେତ ବହୁ ସମର୍ଥକ ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିବା ବେଳେ ବୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.