ବଲାଙ୍ଗିର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିଶ କୁଶଲକର ସହର ଭିତରେ ବୁଲି କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗି ଥିବା ବେଳେ ରାଜ୍ୟ ଏବଂ ସେହି କ୍ରମରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ କୋଭିଡ କଟକଣାକୁ ବଳବତ୍ତର ରଖିବା ପାଇଁ ଅଣ୍ଟା ଭିଡିଛି।ଆଜି ନିଜେ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ କୋଭିଡ ଗାଇଡ୍ ଲାଇନ୍ ଅନୁପାଳନକୁ କଡାକଡି କରିବା ପାଇଁ ସହରର ରିଲାଏନ୍ସ ଏବଂ ବିଶାଲ ମଲରେ ପହଂଚି ସ୍ଥିତି ପରଖି ତାଗିଦ୍ କରିଛନ୍ତି। ଏପରିକି ରାସ୍ତା ଉପରେ ଆରକ୍ଷୀ ଅଧିକ୍ଷକ ଛିଡ଼ା ହୋଇ ମାସ୍କ ଚେକିଂ କରୁଥିଲେ। ସେହିପରି ସମଲେଶ୍ବରୀ ମନ୍ଦିର ନିକଟସ୍ଥ ଏକ ସପିଂ ମଲକୁ ୨ହଜାର ଟଙ୍କା ଫାଇନ କରାଯାଇଛି । ଏହାବାଦ ଶାନ୍ତି ପଡା ସ୍ଥିତ ଏକ ତେଜରାତି ଦୋକାନ କୁ ସିଲ କରାଯାଇଛି । ତେବେ ଗତକାଲି ଦିନକରେ ୮୬ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି, ଆଗକୁ ଆହୁରି ବଢ଼ିପାରେ ବୋଲି ଏସପି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.