କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ l

0 2

ରାୟଗଡ:-ସରୋଜ ସାହୁ-କରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ  ବ୍ୟାପିବାର ଦେଖି ଏହାର ମୁକାବିଲା ପାଇଁ  ରାୟଗଡ ଜିଲ୍ଲାପାଳ  ଶ୍ରୀ ସରୋଜ କୁମାର ମିଶ୍ର  ତପ୍ତରତl  ପ୍ରକାଶ କରିଛନ୍ତି l ଏହାର ମୁକାବିଲା ନିମନ୍ତେ ଆଜି ଏକ ଜରୁରୀ ବୈଠକ ଡାକି  ବିଭାଗୀୟ  ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l ବିଶେଷକରି ବିଭିନ୍ନ ବ୍ଲକର ଲୋକମାନେ  ବାହାରକୁ ଯାଇ ଫେରୁଥିବା ଲୋକ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାଙ୍କୁ ସଙ୍ଗରୋଧରେ ରଖିବାସହିତ  ଓ ଆବଶ୍ୟକ ପଡିଲେ  କୋଭିଡ  ଚିକିତ୍ସା  ଯୋଗାଇବା ପାଇଁ ସମ୍ପୃକ୍ତ ବ୍ଲକର ବିଡିଓ ମାନଂକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ବାହlରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନଂ  କରି ଆବଶ୍ୟକ ପଡିଲେ ସେମାନଙ୍କୁ ସଙ୍ଗରୋଧରେ ରଖି  ଚିହ୍ନଟ ରୋଗୀଙ୍କୁ କୋଭିଡ଼  କ୍ୟାର ସେଣ୍ଟରରେ ଚିକିତ୍ସା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ଜିଲ୍ଲାର ସମସ୍ତ ବସ ମାଲିକ ମାନଙ୍କୁ ବସ ଛାଡିବା ପୂର୍ଵରୁ ସାନିଟାଇଜ କରିବା, ଓ ମାସ୍କ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ  ପରାମର୍ଶ ଦେଇଥିଲେ l ସେହିପରି ବାହାରୁ କାମ ପାଇଁ ଆସୁଥିବା ଲୋକମାନଙ୍କୁ କାହାସହିତ ମିଲlମିଶା  ନକରିବା ଓ  ତୁରନ୍ତ କାମସାରିଲେ ହୋଟେଲ  ଛାଡି ପଳାଇବାକୁ  କହିବl ପାଇଁ  ହୋଟେଲ  ମାଲିକମାନଙ୍କୁ ପରାମର୍ଶ ଦେଇଥିଲେ  l  ସେହିପରି  ବୃଦ୍ଧ, ବୃଦ୍ଧl, ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କୁ ଅଯଥାରେ ବାହାରେ ନ ବୁଲିବାକୁ   ଓ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଈଜର ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l

ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ  ସମସ୍ତ ପ୍ରକାର ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ନିୟୋଜିତ ରଖିବାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହ ଛଡ଼l  ମାସ୍କ ବ୍ୟବହାର ଉପରେ କଡାକଡି ଯାଞ୍ଚ  କରିବାକୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ  କୁହାଯାଇଛି  l

     ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡି.ଆର. ଡିଏ ଶ୍ରୀ ମହେଶ୍ୱର ନାଏକ, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଆର୍ତ୍ତବନ୍ଧୁ ନାୟକ, ପିଏ, ଆଇଟିଡିଏ ଶ୍ରୀ ଟୁକୁ ବାରିକ, ତହସିଲଦାର ରାୟଗଡ଼  ଶ୍ରୀ ଉମାଶଙ୍କର ବେହେରା ଏବଂ ଡିପିଏମ ଶ୍ରୀ ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.