ଗଜପତି ଜିଲ୍ଲା ସ୍ତରୀୟ ଉତ୍କର୍ଷ କାର୍ଯ୍ୟକ୍ରମର ଶିକ୍ଷକ ପ୍ରଶିକ୍ଷଣ ଶିବିର

0

03-07-18-parla.jpg - 124.99 kB

PARLAKHEMUNDI/ BALAKRISHNA PANIGRAHI :୯ମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀମାନଙ୍କ ଶିକ୍ଷଣ ସ୍ତରକୁ ଶ୍ରେଣୀ ଅନୁରୁପ ଆଣିବାଏବଂ ଶିକ୍ଷାକୁ ପ୍ରଭାବୀ କରିବାର ଆବଶ୍ୟକତାକୁ ଧ୍ୟାନରେ ରଖି ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ଏବଂ  କୁସୁମା ଫାଉଣ୍ଡେସନ ମିଳିତ ସହଯୋଗରେ ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କ ନିର୍ଦ୍ଦେଶକ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଗଣିତ ବିଷୟରେ ୯୮ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଗଣିତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହେବ ।  ସଙ୍ଗେ ସଙ୍ଗେ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୦୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଓଡିଆ ବିଷୟରେ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ତିନୋଟି ପ୍ରଶିକ୍ଷଣ ଶିବିରକୁ ଯାଇ ଉତ୍କର୍ଷ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଅବଗତ କରିଛନ୍ତି । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ସ୍ୱାଇଁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ସୂଚୀସ୍ମିତା ବଳ ଶିବିର ଗୁଡିକୁ ପରିଦର୍ଶନ କରି ଅନ୍‍ଲାଇନ ମାଧ୍ୟମରେ ପ୍ରଶିକ୍ଷଣର ସବିଶେଷ ବିବରଣୀ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନକୁ ପଠାଇଛନ୍ତି । ଏହି ପ୍ରଶିକ୍ଷଣ ଶିବିର ଓଡିଆ ଓ ଗଣିତରେ ୦୨.୦୩.୨୦୧୮ ଠାରୁ ୦୪.୦୭.୨୦୧୮ ପର୍ଯ୍ୟନ୍ତ ଚାଲୁରହିବ । ବାଳକୃଷ୍ଣ ମାଝି, ଲକ୍ଷ୍ମଣ ବେହେରା ଓ ଶଶ|ଙ୍କ କିରଣ ତ୍ରିପାଠୀ ଓଡିଆ ବିଷୟରେ ଏବଂ ପ୍ରଫୁଲ ବରାଡ, ଏସ ରାମାରାଓ, ଜି ଦୁରଦର୍ଶନ ରାଓ ଓ କେ ରାଜାରାଓ ଗଣିତରେ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଚାଲୁ ରଖିଛନ୍ତି ।

Leave A Reply

Your email address will not be published.