ବୁଗୁଡ଼ାରେ ପୋଷାକ ଓ ଜୋତା ବଣ୍ଟନ ମେଳା

0 2

ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା :ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପ୍ରକଳ୍ପ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୫ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା  ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ପିତାମ୍ବର ବିଷୋୟୀ, ସିଆରସିସି ପ୍ରତାପ କୁମାର ଖାଡଙ୍ଗା, ଗୋଲାମୁଣ୍ଡୁଳା ସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ବେହେରା ଓ ଏସଏମସି ସଭାପତି ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସବିତା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନମିତା କୁମାରୀ ପାତ୍ର, ହରପ୍ରିୟା ଦାଶ, ବନ ବାସିନୀ ପାତ୍ର ଓ ସରିତା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.