ଫେରାର ପୁଅ ଓ ଝିଅ ଝାରସୁଗୁଡ଼ାରୁ ଉଦ୍ଧାର

0 2

ବୁଗୁଡା  ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାବାଡ଼ି କଲୋନୀ ଅଞ୍ଚଳର ଜଣେ ଝିଅ  ପୋଲସରା ଥାନା ଅନ୍ତର୍ଗତ ଭିକାରୀ ସେଠୀଙ୍କ ସହ କେଉଁଆଡ଼େ ଚାଲିଯାଇଥିବା ନେଇ ଝିଅ ଘର ପରିବାର ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ପ୍ରକାରେ ବୁଗୁଡା ପୋଲିସ ଥାନାରେ ୧୧୮/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ପୋଲିସ ଅନୁସନ୍ଧାନ ଜାରି ରଖିଥିଲେ। ଝିଅ ଓ ପୁଅ ଉଭୟଙ୍କୁ ବୁଗୁଡା ପୋଲିସ ଝାରସୁଗୁଡ଼ାରେ ଠାବ କରି ଝିଅକୁ ଉଦ୍ଧାର କରି ବ୍ରହ୍ମପୁର ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ପୁଅ ଭିକାରୀ ସେଠୀଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.