ଟୀକା ନାହିଁ, ଟିକାଦାନ ବନ୍ଦ : ଆସିଲେ ଦିଆ ହେବ 

0 2

ବୁଗୁଡା  ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଳକରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଠାରୁ ଟିକାଦାନ ବନ୍ଦ ରହିବ ବୋଲି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋଭିଡ଼ି ଟିକା ଆସିପାରି ନଥିବା ବେଳେ କେବଳ ୨୨୦ ଜଣଙ୍କ ପାଇଁ ଟିକା ଗଚ୍ଛିତ ଥିବାଯୋଗୁଁ ତାହା କେବଳ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିଆଯିବ। ଖୁବଶୀଘ୍ର ଟିକା ଆସୁଥିବା ବେଳେ ପହଞ୍ଚିବା ପରେ ପୂର୍ବପରି ଟିକାଦାନ ପ୍ରଦାନ କରାଯିବ ବୋଲି ନୋଡାଲ ଅଫିସର ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.