ବିଜୁଳି ଦରବୃଦ୍ଧିର ପ୍ରତିବାଦ ରେ କଂଗ୍ରେସ ବିକ୍ଷୋଭ।

0 2

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):  ରାଜ୍ୟ ସରକାର ଙ୍କ ବିଦ୍ୟୁତ ଦର  ବୄଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବଲପୁର ସ୍ଥିତ TPWODL  ର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟାଳୟ ବାହାରେ ବିକ୍ଷୋଭ ପଦର୍ଶନ କରାଯାଇଛି ।  ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁ ଙ୍କ ନେତୃତ୍ବରେ 

 କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପଦର୍ଶନ କରିବା ସହ ଉପଭୋକ୍ତା ମାନଙ୍କ ହିତ ଦୄଷ୍ଠିରୁ ରାଜ୍ୟ ସରକାର ତୁରନ୍ତ ବଦ୍ଧିତ ବିଜୁଳି ଦର କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । କଂଗ୍ରେସ ବିକ୍ଷୋଭ ମାଧ୍ୟମରେ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ କୋଭିଡ୍- ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଏଣୁ ଜନସାଧାରଣଙ୍କ ସ୍ୱାର୍ଥଲାଗି କଂଗ୍ରେସ ଦଳ ବିଜୁଳି ଦର ବୄଦ୍ଧି କୁ ପ୍ରତ୍ୟାହାର ଦାବି କରିଛି । ଏଥିସହ ଏକ ଦାବିପତ୍ର ମଧ୍ୟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

 

Leave A Reply

Your email address will not be published.