ପୁଣି ଏକ ଅନଲାଇନ ଠକେଇ: ଫ୍ଲାଇଟ ଟିକଟ ବାତିଲ କରିବାକୁ ଯାଇ ଠକେଇର ଶିକାର ହେଲେ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଜଣେ ବାସିନ୍ଦା ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ଶୀକାର ହୋଇଥିବା ନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ ଆଣିଛନ୍ତି। 

ସୂଚନା ଅନୁଯାୟୀ, ବ୍ରଜରାଜନଗରର ଜଣେ ବାସିନ୍ଦା ମୂଲାନନ୍ଦ  ଝା ଅନଲାଇନ ମାଧ୍ୟମରେ ପୂର୍ବରୁ ଫ୍ଲାଇଟ ଟିକଟ ବୁକ କରିଥିଲେ। ମାତ୍ର କୌଣସି କାରଣ ବଶତଃ ସେ ନିଜର ଟିକଟ ବାତିଲ କରିବା ପାଇଁ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେଠାରେ ନିଯୁକ୍ତ ଥିବା ଜଣେ ଗ୍ରାହକ ସେବା ଅଧିକାରୀ ତାଙ୍କୁ ଏକ ଆପ ଡାଉନଲୋଡ କରି ନିଜର ଏକାଉଣ୍ଟ ବିବରଣୀ ଦେବାକୁ କହିଥିଲେ। ଝା ନିଜର ଆକାଉଣ୍ଟର ସବିଶେଷ ବିବରଣୀ ଦେବା ପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୯ ହଜାର ଟଙ୍କା କଟିଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ବ୍ରଜରାଜନଗର ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଥିବା ଜଣା ପଡ଼ିଛି।

Leave A Reply

Your email address will not be published.