ନୃସିଂହନାଥ ପୀଠ ରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ।

0 2

ଝାରବନ୍ଧ/ମନୋହର ଦାଶ-ପଶ୍ଚିମ ଓଡ଼ିଶା ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ସାଧାରଣ ବୈଠକ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ପଶ୍ଚିମ ଓଡିଶା ୱେବମିଡ଼ିଆ ସଙ୍ଘ ର ସଭାପତି ଆସିତକୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ଦୀପ ପ୍ରଜଳନ କରାଯାଇଥିଲା।ସଙ୍ଘ ର ଉପସଭାପତି ଧୀରେନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ବୈଠକ ରେ ଗନ୍ଧମାର୍ଦ୍ଦନ ସୁରକ୍ଷା ମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବରିଷ୍ଠ ସାମ୍ବାଦିକ ବଡ଼ ଶତପଥି,ବିଜୟ ଆଚାର୍ଯ୍ୟ, ଆଶୁତୋଷ ରଥ,ନିରୋଜ ପାଣି,ସମ୍ପାଦକ ବଳରାମ ଦୀପ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନ ସମୟରେ ୱେବ ମିଡ଼ିଆ ର ଗରୁତ୍ବ ଏବଂ ସାମ୍ବାଦିକ ମାନଙ୍କ ର ସମସ୍ୟା ଓ ଦାୟିତ୍ୱ ଉପରେ ନିଜର ମନ୍ତବ୍ୟ ଦେଇ ବୈଠକ ରେ ଉପସ୍ଥିତ ସମସ୍ତ ୱେବ ମିଡ଼ିଆ ର ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ ।ବୈଠକରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବୌଧ,ବଲାଙ୍ଗୀର ,ନୂଆପଡ଼ା, କଳାହାଣ୍ଡି, ବରଗଡ଼ ୱେବ ମିଡ଼ିଆ ର ସମ୍ବାଦିକ ମାନେ ଯୋଗ ଦେଇ ସଙ୍ଗଠନ କୁ ମଜବୁତ କରିବାପାଇଁ ନିଜ ନିଜ ର ମତାମତ ରଖିଥିଲେ।ଆଗାମୀ ଦିନ ରେ ବରଗଡ଼ ରୁ ଆରମ୍ଭ ହୋଇଥିବା ଏହି ସଙ୍ଘ ସାରା ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରି ସଙ୍ଗଠନ କୁ ସୁଦୃଢ଼ କରିବାପାଇଁ ସର୍ବସମ୍ମତି କ୍ରମେ ନିସ୍ପତି ନିଆଯାଇଥିଲା।ୱେବ ମିଡ଼ିଆ ସମ୍ବାଦିକ ମାନଙ୍କୁ କ୍ଷମତା ରେ ଥିବା ବିଭିନ୍ନ ଉଚ୍ଚପଦସ୍ଥ ଅଫିସର ମାନେ ଯେ ବି ଦୁର୍ବ୍ୟବହାର କିମ୍ବା ଆକ୍ରୋସ  ମୂଳକ ଭାବରେ ଆକ୍ରମଣ କଲେ ସଙ୍ଘ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ସହ ତାର ଉଚିତ ଜବାବ ଦିଆଯିବ ବୋଲି ସଙ୍ଘର ଆଇନ ଉପଦେଷ୍ଟା ଓ ସଭାପତି ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଦ୍ଵିତୀୟ ଅଧିବେଶନ ରେ ପୂର୍ବ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ଶ୍ରୀ ସତ୍ୟଭୂଷଣ ସାହୁ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ  ମାନଙ୍କୁ ତାଙ୍କର ଉତ୍ତୋରତର କାମନା କରିଥିଲେ।ଶେଷରେ ସହ ସମ୍ପାଦକ ଯୁଧିଷ୍ଠିର ବାରିକ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.