ମଖ୍ୟମନ୍ତ୍ରୀ କଳାକାର ସହାୟତା ଆବେଦନ ଜୁଲାଇ ୧୬ ପର୍ଯ୍ୟନ୍ତ ଘୁଞ୍ଚିଲା ।

0

ଯାଜପୁର,(ଜୟଶଙ୍କର  ଦାଶ) :ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନ ତାରିଖ ଜୁଲାଇ ୧୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଚ୍ଥି ।  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କଳାକାର ମାନେ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ କଳାକାର ମାନଙ୍କ ସୁବିଧା ପାଇଁ ବୃଦ୍ଧି  କରାଯାଇଚ୍ଥି । ତେବେ କଳାକାର ମାନେ ଆବେଦନ କରୁଥିବା ବିବିଧ ନିୟମାବଳୀ ଅପରିବର୍ତ୍ତିତ ରହିଚ୍ଥି ।  ତେଣୁ ଯେଊଁ କଳାକାର ମାନେ ବର୍ତ୍ତମାନ ସୁଦ୍ଧା ଆବେଦନ କରିପାରି ନାହାଁନ୍ତି ସେମାନେ ନିର୍ଦ୍ଧାରିତ ପଂର୍ମରେ ଆବଶ୍ୟକୀୟ କାଗଜାଦିପତ୍ର ସଂଲଗ୍ନ କରି ଜିଲ୍ଲା  ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ଊପରୋକ୍ତ ସମୟ ସୀମା ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅନୁରୋଧ କରିଚ୍ଥନ୍ତି । 

Leave A Reply

Your email address will not be published.