ଏକ ସାଧାରଣ ବ୍ୟକ୍ତିଙ୍କର ଅସାଧାରଣ ଉପଲବ୍ଧି।

0

 

Bolangir/ Niroj Mishra : ଲୋଇସିଂହା ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ଏକ ଛୋଟ ଗାଁ “କେଁଉଟିପାଲି” । ଦିନ ଥିଲା ଏହି ଗ୍ରାମ ପାଇଁ ଶିକ୍ଷା  ଏକ ସ୍ୱପ୍ନ ଥିଲା । High school ପାଠ ପଢିବା ପାଇଁ 10 କିଲୋମିଟର ଦୂରରେ ଥିବା ଲୋଇସିଂହା କିମ୍ବା 6 କିଲୋମିଟର ଦୂରରେ ଥିବା ଯୋଗିସର୍ଡା ଗ୍ରାମ କୁ ଚାଲି ଚାଲି ଯିବାକୁ ପଡୁଥିଲା। 1996 ମସିହା ରେ ଜଣେ ଯୁବକ ଚିନ୍ତା କଲେ ନିଜ ଗ୍ରାମ ରେ  High school ଟିଏ କରିବା ପାଇଁ। ସେ ବ୍ୟକ୍ତି ଜଣକ ହେଉଛନ୍ତି ସମ୍ପତି ନନ୍ଦ ଏକ ସରଳ, ମିଷ୍ଟାଭାସି ବ୍ୟକ୍ତିତ୍ବ।   ନିଜର କଠିନ ପ୍ରଚେଷ୍ଟାରେ 1996 ମସିହା ରେ  S and ME dept  କୁ Permission ପାଇଁ ଦରଖାସ୍ତ ଦେଇ ଆରମ୍ଭ କଲେ  High school । ଆବଶ୍ୟକ ଛାତ୍ରଛାତ୍ରୀ ପାଇଁ ଘର ଘର ବୁଲି ବୁଲି ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ ତାଙ୍କର ପୁଅ ଝିଅ ମାନଙ୍କୁ  High school ରେ ପଢେଇବା ପାଇଁ ଏବଂ ବିଭିନ୍ନ ଥଟ୍ଟା ପରିହାସ ଏବଂ ବିରୋଧ ମଧ୍ୟ ରେ ଗୋଟିଏ  ଚାଲ ଘର ରେ ଅଷ୍ଟମ ଶ୍ରେଣୀ ଆରମ୍ଭ କରି ଥିଲେ ସମ୍ପତି ବାବୁ।  High school କୁ ବନ୍ଦ କରିବା ପାଇଁ ବିଭିନ୍ନ କ୍ଷେତ୍ରରୁ ରାଜନୈତିକ ଷଡଯନ୍ତ୍ର, ଘାତ, ପ୍ରତିଘାତ ଓ ବିରୋଧ ହେବା ସତ୍ତ୍ବେ ମଧ୍ୟ ଲକ୍ଷ୍ୟରୁ ଓହରି ନଥିଲେ ସମ୍ପତି ବାବୁ। ଏପରିକି ସ୍କୁଲ କୁ ବଚାଁଇବା ପାଇଁ ନିଜ ସ୍ତୀ ର ସୁନା ଓ ଜମି ବନ୍ଧକ ଦେବାକୁ ପଡିଥିଲା। ସର୍ବସ୍ବ ହରାଇ  ତାଙ୍କର କଠିନ ପ୍ରଚେଷ୍ଟା ପରେ 2003 ମସିହା ରେ  High school କୁ permission ମିଳିଥିଲା। ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ଓ ଅପେକ୍ଷା ପରେ 10 ଅକ୍ଟୋବର 2015 ମସିହା ରେ ସରକାରୀ ସ୍କୁଲ ରେ ଅନ୍ତର୍ଭୁକ୍ତ ହେଲା। 

“ସମ୍ପତି ବାବୁ ଆପଣଙ୍କ ସପ୍ନ ଆଜି ବାସ୍ତବ। କେଁଉଟିପାଲି ଇତିହାସ ରେ ଆପଣ ଯୋଡିଦେଲ ଗୋଟିଏ ନୁତନ ପୃଷ୍ଠା। ନିଜର ଗ୍ରାମ ଏବଂ ସମାଜ ପ୍ରତି ଆପଣଙ୍କର ସମର୍ପଣ ଭାବନା ଓ କର୍ତ୍ତବ୍ୟ ନିଷ୍ଠା କୁ ଆମେ ହୃଦୟରୁ ପ୍ରଣାମ କରୁଛୁ। ସତରେ ଆପଣ ଆମ ଅଞ୍ଚଳ ପାଇଁ ଏକ ଅମୂଲ୍ୟ ସମ୍ପତି ।”

Leave A Reply

Your email address will not be published.