ରାଜନଗର ବ୍ଲକ ରେ ଫେଲ ମାରିଛି ” ଆମ ଗାଁ ଆମ ବିକାଶ”

0

02-07-18-KENDRA.jpg - 56.30 kB

କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପଟେ ଆମ ଗାଁ ଆମ ବିକାଶ ଚଳାଇଛନ୍ତି | ହେଲେ ସେପଟେ ଦାଇତ୍ୱହୀନ ରାଜନେତା ଓ ଉଦାସୀନ ପ୍ରଶାସନ କାରଣରୁ ” ଆମ ଗାଁ ରେ ବିକାଶ ନୁହେଁ ବିନାଶ” ସ୍ଲୋଗାନ ପ୍ରଯୁଜ୍ୟ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି |  ମୁଖ୍ୟମନ୍ତ୍ରୀ  ବିଭିନ୍ନ ପଞ୍ଚାୟତର ଗାଁ ବିକାଶକୁ ପ୍ରାଥମିକତା ଦେଇଥିବା ବେଳେ ଏବଂ ତୁରନ୍ତ ସମସ୍ୟା ସମାଧାନ ଲାଗି ପ୍ରଶାସନକୁ ନିର୍ଦେଶ ଦେବା ସତେ ରାଜନଗର ବ୍ଲକ ହାତିନା ପଞ୍ଚାୟତର ମୁଗକଣି ଗାଁ ର ଅବସ୍ଥା ଦୀପତଳ ଅଦ୍ଧାର ଭଳିି।ସୁଚନା ଥାଉକି ମୁଗକଣି ମହିମା ଆଶ୍ରମ ଠାରୁ ଗୋଟିଏ ମାଟି ରାସ୍ତା  ହାତିନା , ଗୁପ୍ତି ମୁଖ୍ୟ ରାସ୍ଥାକୁ ଲାଗିଅଛିି। ଆଜକୁ ଦୀର୍ଘ ୪୦ ବର୍ଷ ହେବ ୩୦ ପରିିବାର ଏହି ମାଟି ରସ୍ତା ଉପରେ ନିର୍ଭର କରିଥାଆନ୍ତି ଏବଂ ବସ ବାସ କରି ଆସୁଛନ୍ତି।ଗ୍ରାମରେ ବିଦ୍ୟାଳୟ ନଥିବାରୁ ବର୍ଷା ଦିନରେ ପିଲାମାନେ ହାତୀନା ଗ୍ରାମକୁ ପାଠ ପଢିବା ପାଇଁ ବହୁ ଦଃଖରେ ଜାଇଥାଆନ୍ତି। ଏହିଦେଇ ଚାରିଚକିଆ ଯାନ ଯିବା,ଆସିବା ସମ୍ଭବ ହେଉନି।ନିଆଁ ଲାଗିଲେ ଦମକଳ ଆସିବା ସମ୍ଭବ ହେଉନି।ରାସ୍ତା ଶୋଚନୀୟ ଥିବାରୁ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନସ ଆସିପାରୁନି ସରକାରୀ ହସ୍ପିଟାଲ୍ କୁ ସାଇକେଲ କିମ୍ବା ଝଲିରେ ରୋଗିଙ୍କୁ ନେବାକୁ ପଡୁଛି।ଫଳରେ ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡୁଛି। ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ(ଅଂଶୁମାନ ମାହାନ୍ତି)ଏବଂ ସରପଞ୍ଚଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ ଏବଂ ଶେଷରେ ବ୍ଲକ ପ୍ରଶାସନ,ଜିଲ୍ଲା ପ୍ରଶାସନ ମଧ୍ୟ କର୍ଣପାତ  କରୁନାହାନ୍ତି।ଶେଷରେ ନିରାଶ ହୋଇ ଗ୍ରାମ ବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦଃଖର ଶହ ନିବେଦନ କରିଛନ୍ତି। 

 

 

 

Leave A Reply

Your email address will not be published.