ରୋଟାରୀ କ୍ଲବ ପକ୍ଷରୁ ଅଣ୍ଣପୂର୍ଣ୍ଣା ଦିବସ

0

02-07-18-rotary.jpg - 68.18 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ରୋଟାରୀ କ୍ଲବ ପକ୍ଷରୁ ଜୁଲାଇ ପହିଲାରେ ରୋଟାରୀ ବର୍ଷ ଆରମ୍ଭ ଅବସରରେ ପୌରପରିଷଦର ମହାରାଜାପୁର ଅଞ୍ଚଳରେ ଅଣ୍ଣପୂର୍ଣ୍ଣା ଦିବସ ପାଳନ ଉପଲକ୍ଷେ ଗରୀବ ପିଲାମାନଙ୍କୁ ରନ୍ଧାଖାଦ୍ୟ ପରିବେଷଣ  କରାଯାଇଥିଲା । ଇଂ. ମନୋଜ ଦଳବେହେରାଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ଅରୁଣ କୁମାର ଦାଶ, ବିଭୂ ଷଢ଼ଙ୍ଗୀ, ତିମୀର କୁମାର ଘୋଷ, ପ୍ରଶାନ୍ତ କୁମାର ଜେନା, କପିଲ ଖଣ୍ଡେଲୱାଲ, ସିଦ୍ଧାର୍ଥ କର ମହାପାତ୍ର, ଶ୍ୟାମଳ ପଟ୍ଟନାୟକ, ସୁନୀତ ପୁରୀ, ବୀରେନ୍ଦ୍ର ନାଥ ସାହୁ ପ୍ରମୁଖଙ୍କ ସମେତ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳ ମହାକୁଡ଼ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥି ସହିତ ୨୦୧୮ରେ ବାରିପଦା ରୋଟାରୀ କ୍ଲବ ପ୍ରତିଷ୍ଠା  ଅର୍ଦ୍ଧ ସେଞ୍ଚୁରୀକୁ ସ୍ପର୍ଶ କରିଥିବାରୁ ସଂସ୍ଥାପନା ସମାରୋହ ଜୁଲାଇ ୬ଶକ୍ରବାର ମହାଆଡ଼ମ୍ବରରେ ପାଳନ କରାଯିବ । କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଭାପତି ଇଂ. ମନୋଜ ଦଳବେହେରା, ସମ୍ପାଦକ ନିରୋଜ କୁମାର ପଣ୍ଡା ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବେ । 

Leave A Reply

Your email address will not be published.