ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଲ୍ ର ଏକତା ଦିନ୍ ପାଲିତ

0 2

 ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ- ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଜି ଏପ୍ରିଲ ପହିଲା ରେ  ପଶ୍ଚିମାଞ୍ଚଲ୍ ର ଏକତା ଦିନ୍ ପାଳନ କରାଯାଇଛି ।  ପଶ୍ଚିମାଞ୍ଚଳ ର ଜିଲ୍ଲା ଗୁଡିକ ମଧ୍ୟରେ ଏକତା ପ୍ରଦର୍ଶନ  ସହ  ସମନ୍ବୟ  ରକ୍ଷା କରିବା ପାଇଁ  ମଞ୍ଚ ପକ୍ଷରୁ  ଗୁରବାର ସକାଳେ  ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କର୍ କାର୍ଯ୍ୟାଲୟ (RDC Office) ସାମ୍ନା ରେ ମାନବ ଶୃଙ୍ଖଳା  ଆୟୋଜିତ  ହୋଇଯାଇଛି  । 

        ଏହି ମାନବଶୃଙ୍ଖଳା ରେ ସମଗ୍ର ପଶ୍ଚିମାଞ୍ଚଳ ର ଏକତା ର ବାର୍ତ୍ତା କୁ ପ୍ରଦର୍ଶିତ କରାଯିବା ସଙ୍ଗେ ସଙ୍ଗେ ପଶ୍ଚିମାଞ୍ଚଳ ର ୩୨ ଟି ନ୍ୟାର୍ଯ୍ୟ ଦାବୀ  ଉପସ୍ଥାପନା କରାଯାଇଥିଲା । ଏଥିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ୨୨ ଟି ଶାଖା ର ସଦସ୍ୟ ମାନଙ୍କ ସହ ସମ୍ବଲପୁର ର ବିଭିନ୍ନ ସାମାଜିକ , ସାଂସ୍କୃତିକ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ରାଜନୈତିକ ଦଳର ନେତୃବୃନ୍ଦ ଙ୍କ ସହ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ  ସାମିଲ୍ ହୋଇଥିଲେ । ଆଜିର ମାନବ ଶୃଙ୍ଖଳାରେ ପଶ୍ଚିମାଞ୍ଚଳ ରେ ହାଇକୋର୍ଟ ର ସ୍ଥୟୀ ବେଞ୍ଚ ପ୍ରତିଷ୍ଠା, ପଶ୍ଚିମାଞ୍ଚଳ ରେ ଏମ୍ସ ପ୍ରତିଷ୍ଠା , ବରଗଡ଼ ରେ କେନସର ହସପିଟାଲ୍, ଝାରସୁଗୁଡା ରେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା, ଦେବଗଡ ରେ କୃଷି ମହାବିଦ୍ୟାଳୟ ସ୍ଥାପନ, ବଲାଙ୍ଗୀର ରେ ବାଇପାସ ନିର୍ମାଣ  ଏବଂ  ମେଡିକାଲ  କଲେଜ ରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା , କଳାହାଣ୍ଡି ରେ ରେଲୱେ ୱାଗନ କାରଖାନା,  ନୂଆପଡାରେ  ମେଡିକାଲ କଲେଜ, ବୌଦ୍ଧ କୁ ଉତ୍ତରାଞ୍ଚଳ ଆରଡିସି ଙ୍କ ଅଧିନକୁ ଆଣିବା, ଆଠମଲ୍ଲିକ ରେ ଜଳସେଚନ ପ୍ରକଳ୍ପ , ସୋନପୁର ରେ ରିଙ୍ଗ ରୋଡ଼,  ବୁର୍ଲା ମେଡିକାଲ କୁ ପୂର୍ଣ୍ଣ ସ୍ବୟଂଶାସିତ କ୍ଷମତା ସହ ସୁପରସ୍ପେଶିଶିଟି ହସପିଟାଲ୍  ନିର୍ମାଣ, ସୁନ୍ଦରଗଡକୁ ରେଲ ସଂଯୋଗ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟା କାର୍ଯ୍ୟାଳୟ କୁ ପଶ୍ଚିମାଞ୍ଚଳ ରେ  ପ୍ରତିଷ୍ଠା କରିବା  ଆଦି ଦାବି  ସ୍ଥାନ ପାଇଥିଲା  ।

      ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଝାରସୁଗୁଡା ଜିଲ୍ଲା ସଂଯୋଜକ ଅଜିତ ରଥ, ବଲାଙ୍ଗୀର ସଂଯୋଜକ ଅଜୟ ନାଗ, ବରଗଡ଼ ସଂଯୋଜକ ପୌଲସ୍ତ ଶାହା, ନୂଆପଡା ସଂଯୋଜକ ପ୍ରଦିପ  ଦିଣ୍ଡିଆ, ଅତାବିରା ସଂଯୋଜକ ସେଠ, ଗୋଶାଲା ସଂଯୋଜକ ସଂଯୁକ୍ତା ପ୍ରଧାନ, ସୁନ୍ଦରଗଡ ମହିଳା ସଂଯୋଜିକା ଜନନୀ  ମିଶ୍ର , ଝାରସୁଗୁଡ଼ା ମହିଳା ସଂଯୋଜିକା ସୁଜାତା ମିଶ୍ର, ମିତା ମେହେର, ରେଂଗାଲୀ ସଂଯୋଜିକ  ପଂକଜିନୀ ରାଉତ ସମେତ  ବହୁ ପଦାଧିକାରୀ ସାମିଲ ହୋଇଥିଲେ  । ଏହାସହ ସମ୍ବଲପୁର ଜିଲ୍ଲା କଂଗ୍ରେସ  ସଭାପତି ଅଶ୍ବନୀ ଗୁରୁ, ବିଜେପି  ଜିଲ୍ଲା  ସଭାପତି  ଗିରିଶ  ପଟେଲ, ଜିଲ୍ଲା  ଓକିଲ ସଂଘ ସଭାପତି ଡ.ପ୍ରମୋଦ ରଥ, ସମ୍ପାଦକ ରବି ପୂଜାରୀ, ଜିଲ୍ଲା  କୃଷକ  ସୁରକ୍ଷା ସମିତି  ସଭାପତି ମୁରାରି  ପୁରୋହିତ, ହରିଶଙ୍କର ପୁରୋହିତ, ଦେବେନ୍ଦ୍ର  ପ୍ରଧାନ, ଗୋବିନ୍ଦ  ଅଗ୍ରୱାଲ, ପ୍ରଫୁଲ  ହୋତା, ସରୋଜ ଦାଶ, ସୂର୍ଯ୍ୟ ପାଣିଗ୍ରାହୀ, ସାବିର ଏହମଦ, ସତ୍ୟ ଠାକୁର,  ଡ.ସ୍ୱୟଂ ପ୍ରକାଶ ପଣ୍ଡା ପମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.