ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ସମ୍ବଲପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ସେବା” ଓ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଗୁରୁବାର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଧନକଉଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ “ସେବା” ଅନୁଷ୍ଠାନ ର ଅଧ୍ୟକ୍ଷ ଅମର ତାଣ୍ଡିଆ ଙ୍କ ନେତୃତ୍ବ ରେ ଏହି ଶିବିର ରେ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଏହି ରକ୍ତଦାନ ଶିବିର କୁ ପୂର୍ବତନ ଏସଡ଼ିଏ ଅଧକ୍ଷ ବିଜୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ I ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ଅବସରରେ ଉପଦେଷ୍ଟା ସରୋଜ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ବୈଠକ ରେ ସମ୍ବାଦ ସମ୍ବଲପୁର ସଂସ୍କରଣ ମୁଖ୍ୟ ପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ, ଶାଖା ପରିଚାଳକ ଗଜେନ୍ଦ୍ର ନାଥ ମଲ୍ଲିକ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ, “ସେବା” ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ପ୍ରମୋଦ ସେଠ୍, ମନୋରଞ୍ଜନ ପ୍ରଧାନ ପ୍ରମୁଖ ଅଥିତି ଭାବେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସIହିତ କରିଥିଲେ। ଏହି ଅବସର ସମାଜସେବା ଓ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ସମାଜସେବୀ ଶିଶିର ବହିଦାର ଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ରକ୍ତଦାନ ଶିବିର ଆୟୋଜନ ରେ ସୁପ୍ରୀତ ନାୟକ, ବିଶ୍ୱଜିତ ରାଉତ, ବୀରେନ୍ଦ୍ର ପ୍ରସାଦ ରାଉତ, ବିନୟ କୁମାର ତନ୍ତୀ, ରାଜେଶ ଷଣ୍ଢ, ଅନିଲ ଦାସ, ଶାନ୍ତନୁ ସାହୁ, ଆଶିଷ ବାରିକ, କ୍ଷୀରୋଦ କୁମାର ସ୍ୱାଇଁ, ପଦ୍ମନାଭ ବାରିକ, ଦିଲୀପ ବରାଳ, ଉମାକାନ୍ତ (ଅଙ୍ଗଦ) ସ୍ୱାଇଁ, ଅଖଣ୍ଡଳ ପଣ୍ଡା, ଶୁଭମ ଦେହୁରୀ, ଅମିତ ଅଗ୍ରୱାଲ, ରୁପେଶ ପ୍ରଧାନ, ଅରବିନ୍ଦ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ବୁର୍ଲା ରକ୍ତ ଭଣ୍ଡାର ର ଡାକ୍ତର ବିଜୟ କେତନ ଦାସ, ସିନିଅର ଟେକନିସିଆନ ରବି ନାରାୟଣ ରାଉତ, କାଉନସିଲର ମଣ୍ଟୁ ପ୍ରଧାନ, ଆଟେଡେଣ୍ଡ ରମାକାନ୍ତ ଭୋଇ, ପାଇନୁ ଭୋଇ ରକ୍ତ ସଂଗ୍ରହ କରିଥିଲେ I
Sign in
Sign in
Recover your password.
A password will be e-mailed to you.