ପଦ୍ମପୁର ସହରରେ ଯୁବ ସେନାର ନୂତନ ପଦକ୍ଷେପ  : ଘରଘର ବୁଲି ଲୋକଙ୍କୁ ରକ୍ତଦାନ ର ମହତ୍ତ୍ଵ ବିଷୟରେ ବୁଝାଇଲେ 

0

02-07-18-nila.jpg - 78.01 kB

ପଦ୍ମପୁର/Nila deep  – ପଦ୍ମପୁର ବୁଡାସମ୍ବର ଯୁବ ସେନା ତରଫରୁ ଗତ ରବିବାର ଦିନ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଗ୍ରାମରୁ ଜନସମ୍ପର୍କ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । ପଦ୍ମପୁର ଡାକ୍ତରଖାନା ର ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ହେଉଇଥିବା ରୁ ରୋଗୀ ମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଅଛି । ତେଣୁ ଯୁବ ସେନା ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କ ମଧ୍ୟରେ ଜାଗୃତି ମନୋଭାବ ସୃଷ୍ଟି କରିବାପାଇଁ ରକ୍ତ ଦାନର ମହତ୍ତ୍ଵ ବିଷୟରେ ବୁଝାଇବା ସହ ରକ୍ତ ଦାନ କରି ଜନହିତ ପାଇଁ ଗୋଟିଏ ପଦକ୍ଷେପ ନେବାପାଇଁ ସଜାଗ କରିଥିଲେ ।ରକ୍ତ ଦାନ କରିବା ଦ୍ବାରା ଆଗାମୀ ଦିନରେ ରକ୍ତଭଣ୍ଡାର ରେ ରକ୍ତର ଅଭାବ ଦେଖାନଦେବା ପାଇଁ ଯୁବ ସେନାର ସଦସ୍ୟ ମାନେ ଗାଁ ଗାଁ ଯାଇ ରକ୍ତ ଦାନ ମହତ ଦାନ ବିଷୟରେ ଲୋକଙ୍କୁ ଆଲୋକିତ କରାଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଡିଲେଶ୍ବର ବାଗ,ଅଭେଶ ରାଜା,ମୁକେଶ ବାଗ,ଅଲତାବ ରାଜା,ଅଭିନାଶ ବାଗ,ଆଶିଫ ରାଜା,ସୋହେଲ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.