ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଛତିଶଗଡ଼ ସୀମାବର୍ତ୍ତୀ ଲଖନପୁର ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋଭିଡର ଦ୍ବିତୀୟ ଲହରୀକୁ ପ୍ରତିରୋଧ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲଖନପୁର ବ୍ଲକର ବିଡିଓ, ଏବିଡିଓ, ସ୍ବାସ୍ଥ୍ୟ ଅଧିକାରୀ, ଆଶା ସହ ପ୍ରବନ୍ଧକ ପ୍ରଭୃତି ଏଥିରେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର ତଥା ସରପଞ୍ଚଙ୍କୁ କୋଭିଡ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରିଥିଲେ। ଏହା ବ୍ୟତୀତ କୋଭିଡ ମୁକାବିଲା ନିମନ୍ତେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା କାଲିଠାରୁ ଲଖନପୁର ବ୍ଲକର ଏହି ସମସ୍ତ ଗ୍ରାମ ପଞ୍ଚାୟତ ଯଥା କଣ୍ଢେଇକେଲା, ରେଙ୍ଗଟା,ଚାରପାଲି,କନକତୋରା,ବାଦିମାଲ,ଭିକମପାଲି ଓ ଅତାବିରା ପ୍ରଭୃତି ଗ୍ରାମପଞ୍ଚାୟତରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post