ଅଫଲାଇନ ପରୀକ୍ଷାକୁ ବିରୋଧ କଲେ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ଧାରଣା ଦେଇଥିଲେ।  ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଇଂଜିନିୟରିଂ ସ୍କୁଲରେ ୯ ଜଣ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ସେତେବେଳେ ଅଫଲାଇନ ପରୀକ୍ଷା କରିବା ଜିଦ କର୍ତ୍ତୃପକ୍ଷଙ୍କ ପକ୍ଷରେ ଅନୁଚିତ ଅଟେ। ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ କୋରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଏହା ପରିବର୍ତ୍ତେ କର୍ତ୍ତୃପକ୍ଷ ଅନଲାଇନ ମାଧ୍ୟମରେ ପରୀକ୍ଷା କରାଇବା ଉଚିତ ହେବ ବୋଲି ସେମାନେ ଦାବି କରିଛନ୍ତି। 

ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଅନୁସାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦ୍ବିତୀୟ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଅଫଲାଇନ କରାଯାଉଛି। କୋରୋନା ପରୀକ୍ଷାର ଫଳାଫଳ ଏପର୍ଯ୍ୟନ୍ତ ଆସି ନଥିବାରୁ ଛାତ୍ରଛାତ୍ରୀମାନେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.