ଶ୍ରୀ ଜଗନ୍ନାଥ ନିକେତନରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଶ୍ରୀକୃଷ୍ଣ ଚୈତନ୍ୟ ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ପାଳିତ

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପବିତ୍ର ଦୋଳ ପୂର୍ଣ୍ଣିମା ତଥା ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଶ୍ରୀ ଜଗନ୍ନାଥ ନିକେତନ ଅନ୍ତୋବାସୀ ଅନାଥ ପିଲାମାନଙ୍କ ଗହଣରେ ଗୌର ପୂର୍ଣ୍ଣିମା ମହୋତ୍ସବ କାର୍ଯ୍ୟକ୍ରମରେ ଫଗୁ-ହୋଲି ପ୍ରଭୁଙ୍କୁ ଅର୍ପଣ ସହ ମହାମନ୍ତ୍ର ସଂକୀର୍ତ୍ତନ ମାଧ୍ୟମରେ ଓଡ଼ିଆ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା। 

ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦଚୌଧୁରୀ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଗୁଡିକୁ ପାଳନ କରି ଆମର ଦିନଚାର୍ଯ୍ୟ କିପରି ତୁଲାଇବା ଏବଂ ସ୍ୱାମୀ ମୁକୁନ୍ଦା ନନ୍ଦଜୀଙ୍କ ସଫଳତାର ବାର୍ତ୍ତା-“ତୁମେ ପ୍ରଭୁଙ୍କ ପ୍ରେମରେ ଯେତେ ରଙ୍ଗୀନ ହେବ ତୁମର ହୃଦୟ ଅଧିକ ପରିଷ୍କାର ହେବ” ଏହି ରହସ୍ୟକୁ ବୁଝାଇଥଲେ। 

ଏହି କାର୍ଯ୍ୟକ୍ରମରେ ଯୁବ ପ୍ରତିଭା ଦିବ୍ୟ ଲୋଚନ ବେହେରା ଯୋଗଦେଇ ପିଲାମାନଙ୍କୁ ଫଗୁରଙ୍ଗ ଲଗାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। 

ଆଶ୍ରମର ଗଣେଷ ଜାନି ଓ ନରସିଂହ ଦେଓ ସହଯୋଗରେ କାର୍ଯ୍ୟକ୍ରମ ଗୁଡିକ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.