କଳାହାଣ୍ଡି/ତୁଳମଣି ନାଗ:ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, କଳାହାଣ୍ଡି ଶାଖା ପକ୍ଷରୁ କଳମପୁର ବ୍ଲକ ସ୍ତରୀୟ ଓବିସି ସମାବେଶ ଭଏରୀ ଗାଁ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି l ସମାବେଶ ଅଂଚଳର ଓବିସି ପ୍ରେମୀ ଶିବରାମ ରଣାଙ୍କ ସଭାପତିତ୍ୱରେ ହୋଇଥିଲା l ବ୍ଲକ ର ବିଭିନ୍ନ ଅଂଚଳରୁ ଓବିସି ଦରଦୀ ଉପସ୍ଥିତ ରହି ଓବିସି ବର୍ଗ ର ସମସ୍ତ ଜାତି ସମାଜ ଏକ ହୋଇ ଲଢେଇ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ l ସଂଗଠନ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ର ରାଜ୍ୟ ସଭାପତି ଜଗଦୀଶ ଯାଦବ ମୁଖ୍ୟଅଥିତି ଭାବେ ଯୋଗଦେଇ ଓବିସିର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରି ସାମ୍ବିଧାନିକ ହକ ଅଧିକାର ପାଇବା ପାଇଁ ହେଲେ ଏକ ହୋଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ l ସଂଗଠନ ର ବରିଷ୍ଠକାର୍ଯ୍ୟ କର୍ତ୍ତା ସରୋଜ ରଣା କେନ୍ଦ୍ର ଓ ରାଜ୍ୟ ସରକାର ଓବିସିଙ୍କୁ କେତେ ଭୁଆଁବୁଲେଇ ଜନଗଣନା, ଶିକ୍ଷ୍ୟା, ଶାସନ ଓ ଚାକିରୀରେ ସଂଖ୍ୟାନୁପାତିକ ଅଧିକାର ରୁ ବଞ୍ଚିତ କରି କିପରି ଧୋକାବାଜୀ କରୁଛନ୍ତି, ତାହା ବିଷଦ ଭାବରେ ବର୍ଣ୍ଣନା କରି ବୁଝାଇଥିଲେ l ପୂର୍ବତନ ସରପଞ୍ଚ ନରେନ୍ଦ୍ର ବାଗ, ଧନଞ୍ଜୟ ସାହୁ, ମକରନ୍ଦ ନାଏକ, କୁନ୍ତଳଭଟ ମାଝୀ, ଅଭିମନ୍ୟୁ ସରାପ, ଟିକଚନ୍ଦ୍ କେତକୀ, ଧନପତି ରଣା, ରାଜେନ୍ଦ୍ର ନାଏକ, ଅରୁଣ ନାଏକ, ଶଙ୍କର ରଣା, ତପନିଧି ବାବୁ, ଅହିଧ୍ୱଜ ନାଗ, ତୁଳମଣି ନାଗ ଯାଦବ, ବୀରକିଶୋର ପରିଡା, ଡ଼ମ୍ବରୁଧର ନାଗ ଓ ପିତାମ୍ବର ହଂସ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ l ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଲଳିତ କୁମାର ବିଶି l
Sign in
Sign in
Recover your password.
A password will be e-mailed to you.
Prev Post
Next Post