ମହାନଦୀ ସାହିତ୍ୟ ସଂସଦର ସାଧାରଣ ବୈଠକ

0

Bolangir/ Niroj Mishra :ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସାଧାରଣ ବୈଠକ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ଦୁଇବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତିଭାବେ ନାଟ୍ୟଶ୍ରୀ ଗଦାଧର ବାରିକ୍‌, ଉପସଭାପତି ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ସାଧାରଣ ସମ୍ପାଦକ ଅଧ୍ୟାପକ ସଞ୍ଜୀବ ନାୟକ, ଯୁଗ୍ମସମ୍ପାଦକ ରାଧେଶ୍ୟାମ ପୁରୋହିତ ଓ କୋଷାଧ୍ୟକ୍ଷଭାବେ ଦିଲ୍ଳୀପ ପାତ୍ର ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ସଭ୍ୟଭାବେ ଶ୍ୟାମା ଓଁ ପ୍ରସାଦ ମିଶ୍ର, ପ୍ରଦ୍ୟୁମ୍ନ କୁମାର ସାହୁ, ସୌରଭ ରଞ୍ଜନ ଖମାରୀ ଓ ପ୍ରଭୁଦତ୍ତ ରଥ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ବୈଠକରେ ସଂସଦର କ୍ଷିରୋଦ ବିହାରୀ ବିଶ୍ୱାଳ, ଅମ୍ବୁଜ ବିହାରୀ ଶତପଥୀ, ଶିବରାଜ କମ୍ପ, ବିଘ୍ନରାଜ ପଣ୍ଡା, ସୁବାଷ ପଣ୍ଡା, ଅବିନାଶ ହୋତା, ବନମାଳୀ ପଣ୍ଡା ଓ ମନୋଜ ବାରିକଙ୍କ ସମେତ ବହୁ ବରିଷ୍ଠ ସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.