ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ପଞ୍ଚାୟତ ସମିତି ସଦଭାବନା ଗୃହରେ ରାଜ୍ୟ ସଂଘ ସଭାପତି ସୁରେଶ କୁମାର ହୋତା, ସମ୍ପାଦକ ବିହାରୀଲାଲ ବାରିକ ଓ ଛଅଟି ଜିଲ୍ଲା ଯଥା, ରାୟଗଡ,ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ସଭାପତି ଓ ନିର୍ବାହୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଏକ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର ବିଭିନ୍ନ ଦାବୀ ଯଥା, ସମ୍ପାଦକରୁ ନିର୍ବାହୀ ଅଧିକାରୀକୁ ପଦୋନ୍ନତି ପାଇଥିବା କର୍ମଚାରୀ ମାନଙ୍କର ପେନସନ, ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କୁ ପରିବର୍ତନ କରିବା ତଥା ସ୍ୱତନ୍ତ୍ର କ୍ୟାଡର ନିୟମର ପରିବର୍ତନ, ଶତ ପ୍ରତିଶତ ପଦୋନ୍ନତି ଦେବା ବିଷୟରେ ଆଲୋଚନା କରିଯାଇଥିଲେ। ଦୀର୍ଘ ବର୍ଷ ଧରି ଉକ୍ତ ଦାବୀ ଗୁଡ଼ିକ ସରକାରଙ୍କ ପାଖରେ ବାରମ୍ବାର ଉପସ୍ଥାପନ କରାଯାଉଥିଲେ ମଧ୍ୟ ସରକାର ଏସବୁ ଗୁଡ଼ିକ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ। ଏସବୁ ସମସ୍ୟା ଗୁଡ଼ିକର ସମାଧାନ କରିବାରେ ସରକାର ଯଦି ଉଚିତ ପଦକ୍ଷେପ ନ ନିଅନ୍ତି ତାହେଲେ ସଂଘ ବାଧ୍ୟ ହୋଇ ଆନ୍ଦୋଳନର ବାଟ ବାଛି ନେବ ବୋଲି ସଂଘ ଚେତାବନୀ ଦେଇଛି। ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ଗୁଡ଼ିକର ସଫଳ ରୂପାୟନ କରିବା ଦିଗରେ ନିର୍ବାହୀ ଅଧିକାରୀଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସ୍ଥଳେ ଏହି ପଦବୀକୁ ସରକାର କୌଣସି ଗୁରୁତ୍ୱ ଦେଉନଥିବା ସଂଘ ଅଭିଯୋଗ କରିବା ସହ ଉପର ଲିଖିତ ଦାବୀ ଗୁଡିକୁ ପୂରଣ କରିବା ନିମନ୍ତେ ସରକାରଙ୍କୁ ଉକ୍ତ ଅଧିବେଶନରେ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ବୈଠକରେ ଅତିଥି ଭାବେ ରାଜ୍ୟ ଅମଲା ସଂଘର ରାୟଗଡ ଜିଲ୍ଲା ଶାଖା ଉପଦେଷ୍ଟା ସହସ୍ରନାମ ପାଠୀ, ରାଜ୍ୟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଓ ରାୟଗଡ ଜିଲ୍ଲା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସଂଘ ସଭାପତି କେ. ଶିବଗୋପାଳ ରାଓ ପ୍ରମୁଖ ଯୋଗ ଦେଇ ସଂଘର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ରାୟଗଡ ଜିଲ୍ଲା ସଭାପତି ବଂଶୀଧର ସେଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଜିତ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକକୁ ରାଜ୍ୟ ସଂଘ କୋଷାଧ୍ୟକ୍ଷ ମନୋରଞ୍ଜନ ପାତ୍ର ସଭା ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post