ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକରେ ଚାରିଟି ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଭାବରେ ଘୋଷଣା

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକର ଲୋକଙ୍କ ପାଇଁ ଖୁସି ଖବର। ବ୍ଲକର ଚାରିଟି ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇଛି। ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟ ପାଇଁ ୫୦,୦୦,୦୦୦ ଟଙ୍କା ଓ ସର୍ବମୋଟ ୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। 

ଯେଉଁ ସ୍ଥାନରେ ଏହି ବିଦ୍ୟାଳୟଗୁଡ଼ିକ ସ୍ଥାପନ ହେବ ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଅର୍ଡ୍ଡା ପଞ୍ଚାୟତ ହାଇସ୍କୁଲ,କିରମିରା ହାଇସ୍କୁଲ, ପାନପାଲି ହାଇସ୍କୁଲ ଓ ଝାରମୁଣ୍ଡା ହାଇସ୍କୁଲ। 

ଗତକାଲି ଏହି ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ କିରମିରା ବ୍ଲକର ଅଧ୍ୟକ୍ଷ ଶ୍ରୀ ତେଜରାଜ ସାହୁ, ବିଡିଓ ଜୟେନ୍ଦ୍ର ସେଠୀ,ଅର୍ଡା ସରପଞ୍ଚ।   କିରମିରା ସରପଞ୍ଚ ଜୀନା ନାୟକ, ଅର୍ଡା ସରପଞ୍ଚ ଶ୍ରୀ ଦଣ୍ଡପାଟ, ଝାରମୁଣ୍ଡା ସରପଞ୍ଚ ନଟୱର ଅଗ୍ରୱାଲ,ପାନପାଲି ସରପଞ୍ଚ ମିନତୀ କଙ୍କରାଲି, ସହକାରୀ ଯନ୍ତ୍ରୀ ଧନୁର୍ଜୟ ସେଠ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.