ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ : କୁଶ ସଭାପତି,ହରିହର ସମ୍ପାଦକ

0 2

ବରଗଡ : ଆଜି ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ କୁଶ ପ୍ରଧାନ  ୨୦୨୧-୨୨ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ସେହିପରି  ହରିହର ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି ।ମୋହିତ ମହାପତ୍ର ଉପସଭାପତି ଓ ସନକ ଦାଶ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି କେଟେଗାରୀ ୨ ପାଇଁ ଶୈଳେନ୍ଦ୍ର ବିଶ୍ୱାଳ ଓ ସନ୍ତୋଷ ଦାଶ ନିର୍ବାଚିତ ହୋଇଛନ୍ତି ।ଏଠାରେ ପ୍ରକାଶ ଥାଉକି କାର୍ଯ୍ୟକାରୀ କମିଟି କେଟେଗାରୀ ୧ ପାଇଁ ମୃତ୍ୟୁଞୟ ପଣ୍ଡା ଓ କେଟେଗାରୀ ୩ ପାଇଁ ଅଚ୍ୟୁତାନନ୍ଦ ନାୟକ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।ଓକିଲ ସଂଘ ର ଆଜିର ଏହି ନିର୍ବାଚନ ରେ ୩୩୭ ଜଣ ମତଦାତା ଙ୍କ ମଧ୍ୟରୁ ୩୧୯ ଜଣ ମତ ସାବ୍ୟସ୍ତ କାରିଥିଲେ ।ନିର୍ବାଚନ କୁ ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ର ଙ୍କ ସମେତ ଦୀପାଂଶୁ ଆଚାର୍ଯ୍ୟ,ଦ୍ୟୁତିଶ ଆଚାର୍ଯ୍ୟ,କିରଣ ମିଶ୍ର,କାଳିଚରଣ ଦାଶ ଟୁନାଜ ଚନ୍ଦ୍ର ତ୍ରିପାଠୀ,କିଶୋର ଦଫାଦାର, ସୋମଦତ୍ତ ମହାପାତ୍ର ଓ ଶଶାଙ୍କ ଶେଖର ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.