ଆଦିବାସୀ ରୟତି ଜମିରେ ସରକାରୀ ହାଇସ୍କୁଲ ନିର୍ମାଣ ଘଟଣା- ଆଦିବାସୀ ସଂଘର ବିରୋଧ। 

0 2

ଟିଟିଲାଗଡ,  (ଗୌରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲ ର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରି ଗୁଡ଼ିକ ଜଣେ ଆଦିବାସୀ ଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି। ସିରୋଲ  ହାଇସ୍କୁଲ ଟି ମୌଜା ସିରୋଲ୍ ତହସିଲ ମୁରିବାହାଳ ଖତିଆନ୍ କ୍ରମାକ ନଂ ୨୭୨/୦୧ ର ୧୪ ଗୋଟି ପ୍ଲଟ ର ମୋଟ ୧୧ ଏକର ୯୩୦ ଡିସିମିଲ ଜମି ରୁ ଆକୁଲ ପ୍ରଧାନି ପିତା ମାଥେଲା ପ୍ରଧାନୀ ଏବଂ ଜୟସିଂହ ପ୍ରଧାନୀ ପିତା ଶୁକ୍ରୁ ପ୍ରାଧାନି ଜାତି କନ୍ଧ ଆଦିବାସୀଙ୍କ ଭାଇ ଭାଗ ପ୍ଲଟ ନଂ ୧୯୩୪/୨୬୪୧ ର ଏକ ଏକର ଏବଂ ପ୍ଲଟ ନଂ ୧୯୩୩ ର ୧୨ ଡିସିମିଲ ମୋଟ ଏକ ଏକର ୧୨ ଡିସିମିଲ ରାୟତି ଜମି ଉପରେ ଉକ୍ତ ସ୍କୁଲ ବେଆଇନ ଭାବରେ ନିର୍ମାଣ ହୋଇଛି। ରାୟତିଦାର ପ୍ରଜାମାନେ ହାଇସ୍କୁଲ ନିର୍ମାଣ ହୋଇଥିବା ଜମି କୁ ବିକ୍ରି କରିନାହାନ୍ତି କିମ୍ବା ହସ୍ତାନ୍ତର ପାଇଁ ଉପଜିଲ୍ଲାପାଳ ଟିଟିଲାଗଡଙ୍କ ଠାରୁ ଅନୁମତି ନେଇ ନାହାନ୍ତି। ଅଥଚ ସ୍କୁଲ କତ୍ତୃପକ୍ଷ ଦିନକୁ ଦିନ ଆଦିବାସୀ ଜମିକୁ ଜବରଦଖଲ କରି ବେଆଇନ ଭାବରେ ସ୍କୁଲ ବିଲ୍ଡିଂ ନିର୍ମାଣ କରୁଛନ୍ତି। ଏହାକୁ ପ୍ରତିବାଦ କରି ଆକୁଳ ପ୍ରାଧାନୀ ଏବଂ ଜୟସିଂହ ପ୍ରଧାନି ବାରମ୍ବାର ଉପଜିଲ୍ଲାପାଳ , ଜିଲ୍ଲାପାଳ ଏବଂ ସ୍କୁଲ କତ୍ତୃପକ୍ଷ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଆଦିବାସୀ ଜମି ମାଲିକାନା ଥିବା ପୀଡ଼ିତ ପରିବାର କୁ ଉପେକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ଆଦିବାସୀ ପରିବାର ର ଅଭିଯୋଗ କୁ ଭିତ୍ତି କରି ସ୍କୁଲ କତ୍ତୃପକ୍ଷ ଙ୍କ ଦବଙ୍ଗ ଗିରି , ବେଆଇନ ଦଖଲ , ଜବରଦଖଲ ଅନଧିକାରି  ହସ୍ତକ୍ଷେପ କୁ ସଂଘ ଦୃଢ଼ ନିନ୍ଦା କରିଛି। ଆଦିବାସୀ ଜମି କୁ ଜବରଦଖଲକାରୀ କୋଠା ନିର୍ମାଣ କରିଥିବାରୁ ସେହି କୋଠା ଗୁଡ଼ିକୁ ଉଚ୍ଛେଦ କରି ଜବରଦଖଲ ମୁକ୍ତ କରିବାକୁ ସଂଘ ଦାବି କରିଛି। ଆଜି ର ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ବ୍ରଜକିଶୋର ସିଂ ଭୋଇ , ଉପ ସଭାପତି ରାଜୀବ କୁଅଁର, ଭୁବନ ମାଝୀ , ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ପତରଙ୍ଗି ମାଝୀ, ଅବିର ପୁଝାରୀ, ଜଗନ୍ନାଥ ମାଝୀ, ହେମେନ୍ଦ୍ର ନାଥ ହାସଦା, ପଦ୍ମନ୍ ପ୍ରଧାନି, ପ୍ରଫୁଲ୍ଲ ପ୍ରଧାନୀ, ଜୟସିଂହ ମାଝୀ, ନିତ୍ୟାନନ୍ଦ ମାଝୀ, ତେଜରି ମାଝୀ, ସୁନିଲ ମାଝୀ, ମିନିକେତନ୍ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.