ମମତା ଦିଦିଙ୍କ ଗୁଣ୍ଡାଙ୍କୁ ନେଇ ଭୟଭୀତ ନୁହଁନ୍ତି ପଶ୍ଚିମବଙ୍ଗ ଜନତା -ଧର୍ମେନ୍ଦ୍ର ପ୍ରଧାନ

0 2

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ପଶ୍ଚିମବଙ୍ଗ – ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ଅସ୍ମିତା ସହିତ ଖେଳୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗବାସୀ ଏଥର ନିର୍ବାଚନରେ ହିସାବ ଦେବେ ଏବଂ ବିଜେପିକୁ ନିଶ୍ଚୟ ଜିତାଇବେ ବୋଲି ଗୁରୁବାର ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଜନତା ମମତା ଦିଦିଙ୍କ ଗୁଣ୍ଡାଙ୍କୁ ନେଇ ଏବେ ଭୟଭୀତ ନାହାନ୍ତି । ପଶ୍ଚିମବଙ୍ଗର ମା ଏବଂ ଊଉଣୀ୧ ତାରିଖରେ ଦିଦିଙ୍କୁ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୧୦ ବର୍ଷ ଧରି ମମତା ଦିଦି ପଶ୍ଚିମବଙ୍ଗ ସହ କେବଳ ଛଳନା କରି ନିର୍ଯ୍ୟାତନା ଦେଇନାହାନ୍ତି ବରଂ ରାଜ୍ୟକୁ ଖୋଳ କରିବାର ଜାଲ ବୁଣିଛନ୍ତି । ପଶ୍ଚିମବଙ୍ଗର ମାନ ସମ୍ମାନକୁ ବାଜିରେ ଲଗାଯାଉଛି । କଟ୍ ମନୀ, ଲୁଟ ଏବଂ ଟୋଲବାଜିକୁ କ୍ଷତ ବିକ୍ଷତ କରାଯାଉଛି । ପିଏମ କିଷାନ ଯୋଜନାର ଲାଭ ପଶ୍ଚିମବଙ୍ଗର ଚାଷୀମାନେ ପାଉନାହାନ୍ତି । ଅମ୍ପାନରେ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ମୋଦି ପଇସା ଦେବା ପରେ ଦିଦି କାହିଁକି ପଇସା ଦେଲେ ନାହିଁ? କେନ୍ଦ୍ରୀୟ ଯୋଜନାର ପଇସା ଜନତାଙ୍କ ସୁବିଧା ପାଇଁ ଖର୍ଚ୍ଚ ନହୋଇ ପରିବାର ଲୋକଙ୍କ କାମରେ ଲାଗୁଛି । ଏହି ୧୦ ବର୍ଷର ହିସାବ ନନ୍ଦିଗ୍ରାମର ଜନତା ନିର୍ବାଚନରେ ଦେବେ ।

ପଶ୍ଚିମବଙ୍ଗ ନିର୍ବାଚନ ପରିବର୍ତନ ପାଇଁ ପ୍ରସ୍ତୁତ । ନନ୍ଦିଗ୍ରାମରୁ ଆରମ୍ଭ ହୋଇଥିବା ଏହି ପରିବର୍ତନର ସ୍ୱର ଭାରତ ସାରା ଗୁଞ୍ଜରିତ ହେଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ନନ୍ଦୀଗ୍ରାମଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଜନସାଧାରଣ ପରିବର୍ତନ କରିବାକୁ ସ୍ଥିର କରିଛନ୍ତି । ଅପରପକ୍ଷରେ ପଶ୍ଚିମବଙ୍ଗରେ ଗରିବରୁ ଗରିବ ପର୍ଯ୍ୟନ୍ତ ତଥା ପ୍ରତି କ୍ଷେତ୍ରକୁ ବିକାଶ ପହଁଚାଇବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଆବାସ ସଯୋଜନା ଅନ୍ତର୍ଗତ ୩୫ ଲକ୍ଷ ଘର ନିର୍ମାଣ ହୋଇଥିବା ବେଳେ ସୌଭାଗ୍ୟ ଯୋଜନାରେ ୧.୫ କୋଟି ଘରକୁ ବିଜୁଳି ସଂଯୋଗ ହୋଇଛି, ସ୍ୱଚ୍ଛ ଭାରତ ଯୋଜନାରେ ୭୩ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୮.୫ ଲକ୍ଷ ଗ୍ୟାସ ସଂଯୋଗ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.