ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)-ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ | “ଓଡ଼ିଶାରେ ଆଦିବାସୀମାନଙ୍କୁ ଦୂର୍ବଳରୁ ଆହୁରି ଦୂର୍ବଳ କରିବା ପାଇଁ ଷଡ଼ଯନ୍ତ୍ର”  ବୋଲି ସେ କରିଛନ୍ତି ଅଭିଯୋଗ | ବଡ଼ଦେଓ ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ ଲଖମା କହିଲେ ଛତିଶଗଡ଼ର ମନ୍ତ୍ରୀ ବାଣିଜ୍ୟ କର(ଅବକାରୀ ଓ ଶିଲ୍ପ) କୱସୀ ଲଖମା | 

ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା ତତ୍ୱବଧାନରେ ଝାରସୁଗୁଡା ଜିଲ୍ଲାର କୁକେରମାଠାରେ ହୋଇଥିବା ବଡ଼ଦେଓ ମହୋତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଛତିଶଗଡ଼ର ମନ୍ତ୍ରୀ ବାଣିଜ୍ୟ କର(ଅବକାରୀ ଓ ଶିଲ୍ପ) କୱସୀ ଲଖମା କହିଥିଲେ ଯେ ଓଡ଼ିଶାର ପ୍ରତି ଚାରିଜଣରୁ ଜଣେ ଆଦିବାସୀ ୨୫ ପ୍ରତିଶତ ବସବାସ କରୁଥିବା ବେଳେ ତାଙ୍କର ସାମ୍ବିଧାନିକ ଅଧିକାର ଉପରେ ସରକାର ନଜର ହଟେଇ ଦେଇଛନ୍ତି। ଦୀର୍ଘଦିନରୁ ଆଦିବାସୀ ମାନେ ଦାବି କରୁଥିଲେ ମଧ୍ୟ ରାଜ୍ୟ ST କମିଶନ ଗଠନ କରୁନାହାନ୍ତି ଯେଉଁଠାରେ ଆଦିବାସୀ ମାନଙ୍କର ବିଭିନ୍ନ ଅଭିଯୋଗ  ଗୁଡିକ ଦାଖଲ ହୋଇ ତାର ବିଚାର ହୋଇଥାଏ ତାକୁ ମୁଲରୁ ହଟେଇ ଦେଇଛନ୍ତି। ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟଥିବା ୩୪ ଗୋଟି ବିଧାନସଭା ଆସନରୁ ୨୦୦୯ ମସିହାରେ ଗୋଟିଏ ଆସନ ଉଚ୍ଛେଦ କରି ଦିଆଯାଇଛି। ଆଦିବାସୀ ମାନଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ସରକାର ତନଖି କରୁନାହାନ୍ତି। ଝାରସୁଗୁଡା ଜିଲ୍ଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ୨୦୧୧ ମସିହା ଜନଗଣନା ଅନୁଯାଇ ସମସ୍ତ ବିଧି ବ୍ୟବସ୍ଥା ପୁରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାକୁ ITDA ଘୋଷଣା କରାଗଲା ନାହିଁ। ମୂଖ୍ୟ ମନ୍ତ୍ରୀ କୋଲାବିରା ଗଢ଼ରେ ଦେଇଥିବା ନିଜ ପ୍ରତିଶୃତି ମଧ୍ୟ ରକ୍ଷାକରି ପାରୁ ନାହାଁନ୍ତି। ଆଦିବାସୀ ମାନେ ସାଧାରଣତଃ ଉପାନ୍ତ ଅଞ୍ଚଳରେ ବାସ କରନ୍ତି। ସେମାନଙ୍କ ସର୍ବନିମ୍ନ ବଞ୍ଚିବା ପାଇଁ ସୁବିଧା ସୁଯୋଗ ଦେବା ପରିବର୍ତ୍ତେ ରାଜ୍ୟର ୧୪୦୦ ଉପାନ୍ତ ଅଞ୍ଚଳର ସ୍କୁଲ ଗୁଡିକୁ ଉଚ୍ଛେଦ କରିଦେଇଛନ୍ତି ଯାହାଫଳରେ ଗରିବ ଆଦିବାସୀ  ତଥା ଏ ଅଞ୍ଚଳରେ ବାସ କରୁଥିବା ସମସ୍ତ ବର୍ଗର ପିଲାମାନେ ଶିକ୍ଷାରୁ ବଞ୍ଚିତ ହେବେ। ଏଠାରେ ଶିକ୍ଷା ଅଧିକାର ଆଇନକୁ ଫୁ କରିଦିଆଯାଇଛି। ଶିଲ୍ପ କାରଖାନା ବହୁଳ ଝାରସୁଗୁଡା ଜିଲ୍ଲାରେ ଆଦିବାସୀ ମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଆଦିବାସୀ ମାନଙ୍କର କୋଟି କୋଟି ଟଙ୍କାର ଜମି ସାଗମାଛ ଦରରେ ଦଲାଲ ମାନଙ୍କ ମଧ୍ୟରେ ବେଆଇନ ଖରିଦବିକ୍ରି କରି ବିଭିନ୍ନ କଂପାନୀ, ଉଡାଜାହାଜ ପଡିଆ ଓ ବହୁତଲ ବିଶିଷ୍ଟ ଆପାର୍ଟମେଂଟକୁ ହସ୍ତାନ୍ତର କରିଛନ୍ତି।ସପ୍ତମ ଶ୍ରେଣୀର ଇତିହାସ ବହିରେ ପଢ଼ା ଯାଉଥିବା ମୋଗଲ ସମ୍ରାଜ୍ୟ ଅଧ୍ୟାୟରେ ଯେଉଁ ନକ୍ସା ଅନୁଯାଇ ସମଗ୍ର ଓଡ଼ିଶା ଗୋଣ୍ଡୱନା  ରାଜ୍ୟ ଅନ୍ତର୍ଭୁକ୍ତ ଥିଲା କିନ୍ତୁ ପାଠ୍ୟକ୍ରମରେ ଏହାକୁ ପଢାଯାଉନାହିଁ।ସରକାରୀ କର୍ମଚାରୀ ମାନଙ୍କୁ ସାମ୍ବିଧାନିକ ପଦୋନ୍ନତି ଦିଆଯାଉନାହିଁ ଓଡ଼ିଶାରେ ସରକାରୀ ପଦବୀ ଗୁଡିକ ନିୟମୀତ ଭାବରେ ପୁରଣ କରାଯାଉ। ଏହି ସବୁ ବିଷୟ ଉପରେ ସରକାର ଦୃଷ୍ଟି ନ ଦେଇ ରାଜ୍ୟର ଆଦିବାସୀ ମାନଙ୍କୁ ନିମ୍ନରୁ ନିମ୍ନ ସ୍ତରକୁ ଠେଲି ଦିଆଯାଉଛି। ଏହାର ସମାଧାନ ହେବା ଦରକାର ନ ହେଲେ ଆଦିବାସୀ ଆନ୍ଦୋଳନ ଓଡିଶାରେ ତେଜିବ। ଏହି ଅବସରରେ ଇଂ ଡିଲେଶ୍ୱର ସିଂହ ବରିହିଙ୍କୁ ମରଣୋତ୍ତର  ବୀର ସୁରେନ୍ଦ୍ର ସାଏ ସମ୍ମାନ ପ୍ରଦାନ କରାଯାଇଥିଲା।  ମହୋତ୍ସବରେ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ସଭାପତିତ୍ୱ କରିଥିବାବେଳେ 

 ସମ୍ମାନିତ ଅତିଥି ଭାବରେ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ରାଷ୍ଟ୍ରୀୟ ସଭାପତି ଶିଶୁପାଲ ସୋରି IAS ଏମ ଏଲ ଏ କାଂକେର ଛତିଶଗଡ଼, ଶୁଶ୍ରି ରାଜକୁମାରୀ ଦିୱାନ ଭାଇସ ଚ୍ୟାରମେନ ଏସ ଟି କମିଶନ ଛତିଶଗଡ଼,ଦିବାକର ପେଣ୍ଡାମ ସଂପାଦକ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା,ଶ୍ରୀମତୀ ସୁକାନ୍ତୀବାଲା ନାଏକ ସଭାପତି  ମହିଳା ଆୟୋଜନ ସମିତି ଏବିଜିଜିଏମ ଓଡିଶା ପ୍ରଦେଶ, ଶ୍ରୀମତୀ ଦମୟନ୍ତୀ ମହାପାତ୍ର ଉପ ସଭାପତି ଏବିଜିଜିଏମ ଓଡ଼ିଶା ପ୍ରଦେଶ, ପ୍ୟାରୀମୋହନ ନାଏକ ସଂପାଦକ ସଂଗଠନ ଏବିଜିଜିଏମ ଓଡିଶା ପ୍ରଦେଶ, ମିନକେତନ ମାଝି ସଂପାଦକ ଶିକ୍ଷା ଏବିଜିଜିଏମ ଓଡିଶା ପ୍ରଦେଶ, ସଦାଶିବ ନାଏକ ସଂପାଦକ ସାମାଜିକ ଏବିଜିଜିଏମ ଓଡିଶା ପ୍ରଦେଶ, ଯୋଗଦବା ସହିତ ,ଚୁଡାମଣି ଧୁରୁଆ ସଂପାଦକ ଅଫିସ ଏବିଜିଜିଏମ ଓଡିଶା ପ୍ରଦେଶ,ବଡ଼ଦେଓ ପୂଜା କମିଟି  ସଭାପତି ରଘୁନାଥ ନାଏକ, ସଂପାଦକ ପବିତ୍ର ମୋହନ ନାଏକ, ମାଧବ ସିଂହ ନାଏକ ପ୍ରମୁଖଙ୍କ ସହିତ ଜିଲ୍ଲାର  ସମସ୍ତ ଗୁଡି ସଭାପତି ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.