ହୋଲି ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍ । 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନାର ଦ୍ବିତୀୟ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରଶାସନ ନୂଆ ଗାଇଡଲାଇନ୍ ଜାରି କରିଛି। ଏଥିରେ ଲୋକଙ୍କ ହୋଲି ପାଳନ କରିବା ସମ୍ବନ୍ଧରେ ନିୟମ କରାଯାଇ ଅଯଥା ଭିଡ଼ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ନିୟମାନୁଯାୟୀ, ଏଥର ସର୍ବସାଧାରଣରେ ହୋଲିର ରଙ୍ଗ ଲାଗିବ ନାହିଁ। ଅର୍ଥାତ୍ ଘରେ ରହି ଆପଣ ପରିବାରର ସଭ୍ୟଙ୍କ ସଙ୍ଗେ ରଙ୍ଗ ଖେଳି ପାରିବେ,ମାତ୍ର ବାହାରକୁ ଯାଇ ପାରିବେ ନାହିଁ। ସର୍ବସାଧାରଣରେ ଦୋଳଯାତ୍ରା ପାଳିତ ହେବ ନାହିଁ, ରାସ୍ତାରେ ବାହାରି ବା ଘରକୁ ଘର ଯାଇ ହୋଲି ଖେଳି ପାରିବେ ନାହିଁ, କୌଣସି ସ୍ଥାନରେ ଭିଡ଼ କରିପାରିବେ ନାହିଁ, ଘରେ ମଧ୍ୟ କେବଳ ପରିବାର ଲୋକେ ହିଁ ଖେଳି ପାରିବେ, ମନ୍ଦିରକୁ ଯିବାକୁ ହେଲେ କୋଭିଡ ଗାଇଡଲାଇନ୍ ଅନୁସାରେ, ସାମାଜିକ ଦୂରତା ରକ୍ଷା କରି ତଥା ମାସ୍କ ପିନ୍ଧି ଯିବାକୁ ହେବ।  ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ଏହି ଗାଇଡଲାଇନର ଉଲ୍ଲଘଂନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ମଧ୍ୟ ଜଣାଇ ଦିଆଯାଇଛି।

Leave A Reply

Your email address will not be published.