ସମ୍ବଲପୁର- ଜମନକିରା(ରମାକାନ୍ତ ବିଶ୍ବାଳ) – ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ବଡ଼ରମା ଘାଟି ତଳେ ଥିବା ପତ୍ରାପାଲି ଗ୍ରାମରେ ନବ ନିର୍ମିତ ମା’ ବନଦୁର୍ଗାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିରର ଟ୍ରଷ୍ଟି ପି କେ କନାପ୍ପା ସପତ୍ନୀକ କର୍ତ୍ତା ଥିବା ବେଳେ ଯୁଗଳ କିଶୋର ରଥ ଶର୍ମା ଓ ସହଯୋଗୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ବଡ଼ରମା, କୁଲୁଣ୍ଡି, ଖର୍ସନମାଲ୍ ଓ ମୁଣ୍ଢେନପାଲି ପଞ୍ଚାୟତରୁ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇ ପଞ୍ଚ ଶସ୍ୟ, ଅଷ୍ଟ ଧାତୁ ଆଦିରେ କୁମ୍ଭଭରଣ କରିଥିଲେ। ଅନ୍ୟତମ ଟ୍ରଷ୍ଟି ଦୁର୍ଗା ପ୍ରସାଦ ନାଥ, ଧୀରେନ୍ଦ୍ର ଶର୍ମା, ଖଗେଶ୍ବର ମେହେର, ସରୋଜ ପଟେଲ, ରାକୁ କେତିଆ, ସୁବାସ ନାଥ ଶର୍ମା, ଓମ୍ ପ୍ରକାଶ ଶର୍ମା, ସୁମନ୍ତ ଗଡ଼ତିଆ, ବରୁଣ ସାହୁଙ୍କ ସହ ମା’ ବନଦୁର୍ଗା ସେବା ସମିତିର ସଭ୍ୟମାନେ ସହଯୋଗ କରିଥିଲେ। ସୂଚନାଥାଉ କି ଆସନ୍ତା ଏପ୍ରିଲ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ I
Sign in
Sign in
Recover your password.
A password will be e-mailed to you.