ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚା କମିଟି ଗଠିତ 

0 2

ପଦ୍ମପୁର- ବିଜେପି କୄଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଜିଲ୍ଲା କୄଷକ ମୋର୍ଚାର ନୂତନ ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି ଏବଂ ସମସ୍ତ ନୂତନ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କୄଷକ ମୋର୍ଚା ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ଚାଷୀ ମାନଙ୍କ ସମସ୍ୟା ତଥା ତାର ସମାଧାନ କିପରି ହୋଇ ପାରିବ ସେ ନେଇ କାର୍ଯ୍ୟ କରିବ ଏବଂ କୄଷକ ମାନଙ୍କୁ ସରକାରଙ୍କ ଦ୍ବାରା ଦିଆ ଯାଉଥିବା ଉନ୍ନୟନ ମୂଳକ ଯୋଜନା କିପରି ବାଟମାରଣା ନ ହୋଇ ଚାଷୀମାନେ ସିଧାସଳଖ ସେହି ସୁବିଧା ପାଇ ପାରିବେ ତାର ସୁବ୍ୟବସ୍ଥା କରିବ ବୋଲି ବିଜେପି ଜିଲ୍ଲା କୄଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.