ସମ୍ବଲପୁର ସଦର ରେଞ୍ଜରେ ହାତୀ ଉପଦ୍ରବ : ୨ ମୃତ

0 2

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ । ସଦର ରେଞ ଝାଙ୍କରପାଲି ସେକ୍ସନ ଅନ୍ତଗତ କୁଢେନିଶା ଗାଁରେ ମଙ୍ଗଳବାର ରାତି ୮ଟାରେ ଦନ୍ତାହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟ ହୋଇଛି । ଘଟଣା ସ୍ଥଲରେ ଜଣକ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ମୃତ୍ୟ ହୋଇଛି । ମୃତକ ମାନେ ହେଲେ ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ ଓ ଜୟଲାଲ ମିଦ୍ଧା । ପରେ ଖବର ପାଇ ସଦର ରେଞ କର୍ମଚାରୀ ଘଟଣା ସ୍ଥଲକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୂଚନା ଯେ ଦୁଇ ମୃତ ବ୍ୟକ୍ତି ଏକ ଠିକା ସସ୍ଥା ପକ୍ଷରୁ କର୍ପୋରେସନର ବାଉଶ କଟାଲି ଭାବେ କାମ କରୁଥିଲେ ।ମଙ୍ଗଳବାର ସନ୍ଧ୍ୟାରେ କାମ ସାରି ଦୁହେଁ ଖାଇପିଇ ଶୋଇଥିବା ସମୟରେ କୁଢେନିଶା ଗାଁକୁ ଦନ୍ତା ହାତୀ ପ୍ରବେଶ କରି  ଉତ୍ପାତ କରିଥିଲା । ତେଲଙ୍ଗା ଓ ଜୟଲାଲ  ଶୋଇଥିବା ଘରକୁ ଦନ୍ତା ଆକ୍ରମଣ କରି ଭାଙ୍ଗିବା ସହ ଦୁହି ଙ୍କୁ ଦଳି ଦେଇଥିଲା । ହାତି ଦଲାଚକଟା କରି ଯିବା ପରେ ସ୍ଥାନୀୟ ଲୋକେ ପହଚିଥିବାରୁ ତେଲେଙ୍ଗା ର ଘଟଣା ସ୍ଥଲରେ ମୃତ୍ୟ ହୋଇଥିଲା । ଜୟଲାଲ ଗୁରୁତର ଥିବାରୁ ବନ ବିଭାଗ କର୍ମଚାରୀ ପହଞ୍ଚି ତାକୁ  ହସ୍ପିଟାଲ ନେବା ସମୟରେ ମୃତ୍ୟ ହୋଇଛି 

Leave A Reply

Your email address will not be published.