ସୋହେଲା ଠାରେ ଜିଲ୍ଲା କୃଷି ବିଭାଗ ତରଫରୁ କୃଷି ମେଳା ଓ ପ୍ରଦର୍ଶନୀ

0 2

ସୋହେଲା :-ଆଜି ବରଗଡ଼ ଜିଲ୍ଲା  ସୋହେଲା ଠାରେ  , ଜିଲ୍ଲା କୃଷି ବିଭାଗ ତରଫରୁ , ରାଜ୍ୟ ଯୋଜନା – ୨୦୨୦-୨୦୨୧ କୃଷି ମେଳା ଓ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା,ସମ୍ମାନୀତ ଅତିଥି ଯୁବନେତା ତଥା ସମାଜସେବୀ ଶ୍ରୀ ସୁବ୍ରତ ସିଂହ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା ମିଳିତ ଭାବରେ  ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବୈକୁଣ୍ଠ ଚରଣ ସାହୁ,  ଉଦ୍ୟାନ ବିତ୍ତ ବୈଜ୍ଞାନିକ ଶ୍ରୀ ସନାତନ କୁମାର ମେହେର,ବ୍ଲକ୍ କୃଷି ଅଧିକାରୀ ଶ୍ରୀ ଅମିୟ କୁମାର ସାହୁ,ବରିଷ୍ଠ ଚାଷୀ ଶ୍ରୀ ଗଣତନ୍ତ୍ର ପ୍ରଧାନ ଓ ବରଗଡ଼ ନୋଡାଲ ଅଧିକାରୀ ଶ୍ରୀ ବିକାଶ ଅଗ୍ରୱାଲ ମଂଚାସୀନ ରହି ବିଭିନ୍ନ ବିଭାଗର ଚାଷ ବିଷୟରେ ଚାଷୀ ମାନଙ୍କୁ ଅବଗତ କରିଥିଲେ । ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ପ୍ରଦର୍ଶନୀରେ ମୋଟ ଆଠ ଗୋଟି ଷ୍ଟଲ ଖୋଲାଯାଇଛି । ମତ୍ସ ବିଭାଗ ସୋହେଲା , ସୀମା ଏଣ୍ଟରପ୍ରାଇଜ ବରଗଡ଼ , ମହାଶକ୍ତି କ୍ଲବ ବିଜେପୁର ର କ୍ଷୁଦ୍ର ଖାଦ୍ୟ ଶସ୍ୟ ମେଳା , ଦେବଦତ୍ତ କ୍ଲବ ଗାଇସିଲେଟ ର କ୍ଷୁଦ୍ର ଖାଦ୍ୟ ଶସ୍ୟ ମେଳା , ଗାଇସିଲେଟ ଅହିଂସା କ୍ଲବ ର ଅର୍ଗାନିକ ଫୁଡ଼ ଆଣ୍ଡ ସିଡ୍ସ ଷ୍ଟଲ , ପ୍ରାଣୀ ସମ୍ପଦ ବିଭାଗ ସୋହେଲା , ଉଦ୍ୟାନ ବିଭାଗ ପଦ୍ମପୁର , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସୋହେଲା ଦ୍ୱାରା ଲଗା ଯାଇଥିବା ଷ୍ଟଲ ଗୁଡିକରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.