ବାପୁଙ୍କ ଓଡିଶା ଆଗମନର ଶତବାର୍ଷିକୀ।

0 2

 

ସମ୍ଵଲପୁର/ରମାକାନ୍ତ ବିଶ୍ବାଳ: ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓଡିଶା ଆସିଥିଲେ। ୧୯୨୧ ମସିହାରୁ ୧୯୪୬ ମସିହା ଏହି ୨୫ ବର୍ଷ ମଧ୍ୟରେ ଗାନ୍ଧି ଓଡିଶାକୁ ୮ଥର ଆସିଛନ୍ତି। ଏହି ୮ ଥର ମଧ୍ୟରେ ଗାନ୍ଧି ସମ୍ବଲପୁରକୁ ୨ ଥର ଆସିଛନ୍ତି। ୧୯୨୮ ମସିହାରେ ଗାନ୍ଧି ପ୍ରଥମେ ସମ୍ବଲପୁର ଆସି ଏଠାରେ ସ୍ୱାଧୀନତାର ବହ୍ନି ଜଳାଇଥିଲେ। ମହାନଦୀର ବାଲି ଶଯ୍ୟାରେ ସମ୍ବଲପୁର ବାସୀଙ୍କ ସହ ବୈଠକ କରିଥିଲେ। ହଜ଼ାର ହଜ଼ାର ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ। ପୁଣି ୧୯୩୪ ମସିହାରେ ମଧ୍ୟ ଗାନ୍ଧି ସମ୍ବଲପୁର ଆସି ସ୍ୱାଧୀନତା ସଂଗ୍ରାମ ପାଇଁ ଏଠାରେ ଅନେକ ସଭା ସମିତିରେ ଯୋଗ ଦେଇଥିଲେ।

ଏହାକୁ ମନେ ପକାଇ ଏବଂ ଗାନ୍ଧିଙ୍କ ଓଡିଶା ଗସ୍ତକୁ ଆଜି ଶହେ ବର୍ଷ ପୁରଣ ହେଉଥିବାରୁ ସମ୍ବଲପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋର୍ସି ପଡିଆରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏହା ସହ ଭତ୍ରାରେ ଥିବା ଗାନ୍ଧି ମନ୍ଦିରକୁ ଜିଲ୍ଲା  ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ପହଂଚି ଗାନ୍ଧି ମନ୍ଦିରରେ ପୂଜା କରିବା ସହ ଗାନ୍ଧିଙ୍କ ସ୍ମୃତି ଚାରଣ କରିଥିଲେ। 

 

Leave A Reply

Your email address will not be published.