ଚନ୍ଦ୍ରପ୍ରଭା ଦେବୀଙ୍କ ପରଲୋକ 

0 2

ଭୁବନେଶ୍ବର(ଶାସକ ପ୍ରଶାସକ) : ବିଶିଷ୍ଟ ରାଜ‌ନୀତିଜ୍ଞ ତଥା ସତ୍ୟବାଦୀର ପୂର୍ବତନ ବିଧାୟକ, ଶିଳ୍ପପତି ସ୍ବର୍ଗତ ଚନ୍ଦ୍ରମାଧବ ମିଶ୍ରଙ୍କ ଧର୍ମପତ୍ନୀ ଚନ୍ଦ୍ରପ୍ରଭା ଦେବୀଙ୍କର ରବିବାର  ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ବରର ନୀଳକଣ୍ଠ ନଗରସ୍ଥିତ ବାସଭବନରୁ ସାକ୍ଷୀଗୋପାଳସ୍ଥିତ ଘରକୁ ନିଆଯାଇଥିଲା। ସେଠାରେ ଆତ୍ମୀୟ ସ୍ବଜନ ଶେଷ ଦର୍ଶନ କଲା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନ ପୁଅ ତଥା ଜଣାଶୁଣା ଶିଳ୍ପପତି, ସମାଜସେବୀ ନିଶିକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟଶଯ୍ୟା ନିକଟରେ ତାଙ୍କର ଦୁଇ ବଡ଼ ପୁଅ ସୀତାକାନ୍ତ ମିଶ୍ର ଓ ଶ୍ରୀକାନ୍ତ ମିଶ୍ର, ଝିଅ ମନ୍ଦାକିନୀ ମହାପାତ୍ର, ବିନୋଦିନୀ ମହାପାତ୍ର ଓ ବିଜୟିନୀ ମହାପାତ୍ରଙ୍କ ସମେତ ନାତିନାତୁଣୀ, ଭଣଜା, ଭାଣିଜୀମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ଚନ୍ଦ୍ରପ୍ରଭା ଦେବୀ ହେଉଛନ୍ତି ପ୍ରାକ୍-ସ୍ବାଧୀନତା ସମୟରେ ପୁରୀର ପ୍ରସିଦ୍ଧ କବିରାଜ ବୈଦ୍ୟରତ୍ନ ପୂର୍ଣ୍ଣଚନ୍ଦ୍ର ରଥଙ୍କର ଏକମାତ୍ର କନ୍ୟା।  ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେଡିର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୂପକାର, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ଓ ଦେବାଶିଷ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ଚୌଧୁରୀ ଅମିତାଭ ଦାସ, ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ସମାଜସେବୀ ଲୋରା ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ଟିମ୍‌ ଆଡ୍‌ମାର୍କ, ଡ୍ରିମ୍‌ ଟିମ୍ ସାହାରା, ଟିମ୍‌ ଓଡ଼ିଆ, ଟିମ୍‌ ଯାଯାବରର ନିର୍ଦ୍ଦେଶକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.