
ରାୟଗଡରୁ ସରୋଜ କୁମାର ସାହୁ, ରାୟଗଡ ଠାରେ ଅବସ୍ଥିତ ଜେକେ କାଗଜ କଳର ସି. ଏଫ. ଓ., କୋଠାରେ ଜେକେ କାଗଜ କଳ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଜେକେ କାଗଜ କଳର ପି. କେ.ସୁରୀ (ଇ.ଭି. ପି., ୱାର୍କସ୍ ), ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଅନୀଲ ନେରୁକୋଣ୍ଡା ମେଡ଼ିକାଲର ଡାକ୍ତର ଆଦିତ୍ୟ (ଇ.ଏନ. ଟି.), ଡାକ୍ତର ରବି କୁମାର (ଶିଶୁ ରୋଗ ବିଶେଷଜ୍ଞ), ଜେକେ କାଗଜ କଳର ଚିଫ୍ ମେଡ଼ିକାଲ ଅଫିସର ଡାକ୍ତର ଏସ୍. କେ.ମିଶ୍ର (ଏମ. ଏସ୍., ଜେନେରାଲ ସର୍ଜରୀ) ଓ ରାୟଗଡ ମୁଖ୍ୟ ଚିକିତ୍ସାଳୟର ମିନାକ୍ଷୀ ମହାନ୍ତି (ସ୍ତ୍ରୀ ରୋଗ ବିଶେଷଜ୍ଞ) ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ଚିକିତ୍ସା କରିଥିଲେ। ଜେକେ କାଗଜ କଳ ତରଫରୁ ଚିକିତ୍ସା କରି ମାଗଣାରେ ଔଷଧ ଦେଇଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୫୬ ଜଣ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାର ସଦସ୍ୟ ଚିକିତ୍ସା କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଜେକେ କାଗଜ କଳର (ଜି. ଏମ. ପି.ଏଣ୍ଡ ଆଇ. ଆର.) ଏସ୍. କେ. ମହାପାତ୍ର ଓ (ସିନିଅର ମ୍ୟାନେଜର ପି. ଆର.) ଏସ୍. କେ. ନାଥ ଉପସ୍ଥିତ ଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଜେକେ କାଗଜ କଳର (ଏ.ଏମ., ସି ଏସ୍ ଆର) ହରିହର ଖମାରୀ ଓ ଅଫିସ (ଏଡମିନ୍) ଏସ୍. ପି. ରଥ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.