ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ବାର୍ଷିକ ଆଥଲେଟିକ ମିଟ ସମାପ୍ତ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଜିଲ୍ଲା ଆଥଲେଟିକ ଏସୋସିଏସନ ଦ୍ବାରା ପରିଚାଳିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଦ୍ବିତୀୟ ଦିନରେ ସମାପ୍ତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ଓ ଏସୋସିଏସନର ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। 

ଦିନ ୧ ଟା ସମୟରେ କ୍ରୀଡ଼ାର ଉଦଯାପନୀ ଉତ୍ସବ ପାଳିତ ହୋଇଥିଲା। କ୍ରୀଡ଼ା ମଶାଲ ନିର୍ବାପିତ କରିବା ପରେ ଜିଲ୍ଲା କ୍ରୀଡ଼ା ଏସୋସିଏସନର ପତାକା ଅବରୋହଣ କରାଯାଇ  ଏହାକୁ କ୍ରୀଡ଼ା ଏସୋସିଏସନର ସଂପାଦକ କମ୍ପନ୍ଦର ବେହେରାଙ୍କୁ ହସ୍ତାନ୍ତରଣ କରାଯାଇଥିଲା। ଶ୍ରୀ ତାପସ ରାୟ ଚୌଧୁରୀ, ବିଜୟ ବେହେରା, ବ୍ରିଜେଶ ଶର୍ମା, ବିଷ୍ଣୁ ଚରଣ ନାୟକ, ବିଜୟ ଦାଶ, ଗଣେଶ ନାୟକ, ଓମ ସିଂ, ସଂଗ୍ରାମ ପାଇକରାୟ, ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଚୌଧୁରୀ ଏସୋସିଏସନର ସମସ୍ତ କର୍ମକର୍ତ୍ତା, ଖେଳାଳୀ,ଶିକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ଆଜି ଏହି ଅବସରରେ ମାରାଥନ ଧାରକ ଶ୍ରୀ ମକରଧ୍ବଜ ସାହୁଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ଶ୍ରୀ ସାହୁ ଚଳିତ ପ୍ରତିଯୋଗିତାରେ ପାଞ୍ଚ ହଜାର ଓ ଦଶ ହଜାର ମିଟର ମାରାଥନ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ପୂର୍ବରୁ ରାଜ୍ୟ ଓ ଦେଶର ବିଭିନ୍ନ ମାରାଥନ ଦୌଡ଼ରେ ଭାଗ ନେଇ ସେ ପ୍ରଶଂସିତ ହୋଇଛନ୍ତି।

Leave A Reply

Your email address will not be published.