ବ୍ରହ୍ମପୁରଏମକେସିଜି ମେଡିକାଲ କଲେଜରେ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ :  ୧୯ଟି ପଦବୀ କୁ ମଞ୍ଜୁର

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି।  ଏଥିପାଇଁ ମୁଖ୍ୟମନ୍ତ୍ରୀ   ଉଭୟ surgical  ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । 

ଏମକେସିଜି ମେଡିକାଲ କଲେଜରେ ଉପରୋକ୍ତ ଦୁଇ ସୁପର ସ୍ପେସିଆଲଟି  ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ ସୁପର ସ୍ପେସିଆଲଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବା ଦ୍ବାରା ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି ।

ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । 

ବର୍ତ୍ତମାନ ଏହି ସୁପର ସ୍ପେସିଆଲଟି ବିଭାଗ ଖୋଲିବା ଦ୍ବାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।

Leave A Reply

Your email address will not be published.