ଆସନ୍ତା କାଲି ଆସୁଛନ୍ତି ରାଷ୍ଟ୍ରପତି।

0 2
  • ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇଲା  ବାୟୁସେନାର ତିନି ହେଲିକପ୍ଟର। 

  • ଏସପିଙ୍କ ଦ୍ୱାରା ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ତଦାରଖ।

  ଝାରସୁଗୁଡ଼ା 🙁 ସୁଭାଷ ସହାରେ) :ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଝାରସୁଗୁଡ଼ାର ସ୍ବଳ୍ପ ସମୟର ରହଣି ହେବ ତାଙ୍କର। କିନ୍ତୁ ଏଥିପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ତଥା ଝାରସୁଗୁଡ଼ା ପୋଲିସ। ଆଜି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ନିଜେ ଝାରସୁଗୁଡ଼ା ଏସପି ବିମାନବନ୍ଦରକୁ ଯାଇଥିଲେ।

ଏହି ଅବସରରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ ଏସପି ବିକାଶ ଚନ୍ଦ୍ର ଦାସ। ଏସପି ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ସହ ପୋଲିସ ମୁତୟନର ବ୍ୟବସ୍ଥା ପାଇଁ ଆଲୋଚନା କରିଥିଲେ। ଏତଦବ୍ୟତୀତ, ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ଭାରତୀୟ ବାୟୁସେନାର ତିନୋଟି ହେଲିକପ୍ଟର ପହଞ୍ଚିଛି। ରାଷ୍ଟ୍ରପତିଙ୍କ ଆଗମନର ବ୍ୟବସ୍ଥା ଓ ସୁରକ୍ଷାର ସମସ୍ତ ବ୍ୟବସ୍ଥା ତଦାରଖ କରିବା ପାଇଁ ଏହି ତିନୋଟି ହେଲିକପ୍ଟର ପହଞ୍ଚିଛି। ଏଠାରୁ ଏକ ହେଲିକପ୍ଟର ଯୋଗେ ସେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.