‘ମୋ କଲେଜ’ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ)

0 2

ଭୁବନେଶ୍ୱର (ଶାସକ ପ୍ରଶାସକ): ମାର୍ଚ୍ଚ ୨୧ ତାରିଖ, ରବିବାର ଦିନ ରାଜ୍ୟ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ ହେଉଛି। ଅପରାହ୍‌ଣ ୪ଟା ୧୫ ମିନିଟ୍‌ରୁ ବିଭିନ୍ନ ସୋସିଆଲ ମିଡିଆରେ ଏହି ଉଦ୍‌ଘାଟନୀ ସମାରୋହର ସିଧାପ୍ରସାରଣ କରାଯିବ। 

ସନ୍ଧ୍ୟା ୫ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ‘ମୋ କଲେଜ’ ପୋର୍ଟାଲର ଉନ୍ମୋଚନ କରିବେ। ‘ମୋ କଲେଜ’ର ବିଭିନ୍ନ ସୋସିଆଲ ମିଡିଆ ସହ ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଫେସବୁକ୍ ପେଜ୍‌ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେଉଛି। ଓଡ଼ିଶାର ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ପାଇଁ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଆପଣ ଦେଶ ବିଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ନିଜକୁ ସାମିଲ କରନ୍ତୁ। 

ଉଦ୍‌ଘାଟନୀ ସମାରୋହର ଲାଇଭ୍ ଦେଖିବା ପାଇଁ ତଳେ ଦିଆଯାଇଥିବା ଯେକୌଣସି ଲିଙ୍କ୍ କ୍ଲିକ୍ କରନ୍ତୁ:

https://www.facebook.com/ArunsahooDr 

https://www.facebook.com/AkashDasnayakOfficial 

http://bit.ly/MoCollegeLIVE 

https://www.facebook.com/MoCollegeAbhijan 

Leave A Reply

Your email address will not be published.