ଡିସକଭର ହିଞ୍ଜିଳିକଟ ଆର୍ଟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ନିଶାନ୍ତ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ବଢ଼େଇମୁଣ୍ଡାର ୧୩ ବର୍ଷୀୟ ନିଶାନ୍ତ କୁମାର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ‘ଡିସକଭର ହିଞ୍ଜିଳିକଟ’ ଅନୁଷ୍ଠାନ ଓ ହିଞ୍ଜିଳିକଟ ପୌରପରିଷଦର  ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସେ ଏହି ସଫଳତା ଅର୍ଜନ କରିଛନ୍ତି। 

ଗତ ଦେଢ଼ ବର୍ଷରୁ ନିଶାନ୍ତ କୁମାର ଚିତ୍ରାଙ୍କନ ଅଭ୍ୟାସ କରି ଆସୁଛନ୍ତି। ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ପୋଷ୍ଟକାର୍ଡ ଡ୍ରଇଂରୁ ଭାଗ ନେବାପରେ ସେ ଅନ୍ୟମାନଙ୍କ ପ୍ରେରଣା ପାଇ ବିଭିନ୍ନ ଚିତ୍ର ଅଙ୍କନ କରି ଚାଲିଛନ୍ତି। ଆର୍ଟ ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ଅଫ୍ ଝାରସୁଗୁଡ଼ାରେ ସେ ଚିତ୍ରକଳା ଶିକ୍ଷା ଲାଭ କରୁଛନ୍ତି। ନିଜର ସମସ୍ତ ପରିଶ୍ରମ ଓ ସଫଳତାର ଶ୍ରେୟ ସେ ନିଜର ପିତାମାତା  ଓ କଳା ଶିକ୍ଷକମାନଙ୍କୁ ସମର୍ପଣ କରୁଛନ୍ତି ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି। ତାଙ୍କର ପିତା ଦୟା କୁମାର ବିହାରରୁ ଆସି ଝାରସୁଗୁଡ଼ାରେ ଜଣେ ମାର୍ବଲ ମିସ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ପିତାମାତା ନିହାତି ଗରିବ ହୋଇଥିବା ସତ୍ତ୍ୱେ ନିଜର ଦୁଇ ପୁଅଝିଅଙ୍କ ପଢ଼ା ସହିତ କୌଣସି ସାଲିସ କରନ୍ତି ନାହିଁ।

Leave A Reply

Your email address will not be published.