କୃଷି ମହୋତ୍ସବ:  କୁକୁଡ଼ା ପାଳନ ଗୋ ପାଳନ ଓ ସମନ୍ୱିତ ଚାଷ ଉପରେ  ଆଲୋଚନା ଚକ୍ର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ  କୃଷି ମହୋତ୍ସବର ତୃତୀୟ ଦିବସରେ  ଜିଲ୍ଲା ମୁଖ୍ୟ କୃଷି  ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତ ରାୟ ପ୍ରଦୀପ ପ୍ରଜ୍ବଳନ କରି ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରି ଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ କେ. ସୁଦର୍ଶନ , ଜିଲ୍ଲା ସହକାରୀ କୃଷି ଅଧିକାରୀ ଇରିନିୟସ ପ୍ରଧାନ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀନିବାସ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଆଲୋଚନାରେ କୁକୁଡ଼ା ପାଳନ,ଗୋ ପାଳନ ସମନ୍ୱିତ ଚାଷ ଉପରେ ଚାଷୀଙ୍କୁ ବିଭାଗୀୟ ଅଧିକାରୀ ମାନେ ବୁଝାଇ ଥିଲେ। 

ତା ସହ ମୃତ୍ତିକା ପରୀକ୍ଷା ଉପରେ ଚାଷୀଙ୍କୁ ସମ୍ୟକ ଧାରଣ ଦେଇଥିଲେ। କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ନିଜ ଅଭିଭାଷଣରେ ତୃଣମୂଳ ସ୍ତରରୁ ଚାଷୀଙ୍କୁ ସଚେତନତା ଓ ସରକାରଙ୍କ ଯୋଜନା ଉପରେ ବୁଝାଇଲେ ଚାଷୀ ଉପକୃତ ହୋଇ ପାରିବେ ଏବଂ ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାରେ ଶୀତଳ ଭଣ୍ଡାର , ଜୁସ୍ ଫେକ୍ଟରି ଓ ଚାଷୀଙ୍କୁ ଜଳସେଚନର ସୁବ୍ୟବସ୍ଥା କରାଇ ପାରିଲେ ଚାଷୀ ଉପକୃତ ହୋଇପାରିବେ ବୋଲି ନିଜର ମତବ୍ୟକ୍ତ କରି ଥିଲେ। 

ଏହି ଉତ୍ସବରେ ବିଭିନ୍ନ ବ୍ଳକର ଚାଷୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରି ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ  କୈଳାସ ଚନ୍ଦ୍ର ସାମନ୍ତ ରାୟ  ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.