ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ବୁଧବାର ସନ୍ଧ୍ୟା ରେ ଗୋପାଳଜୀ ମନ୍ଦିର ପରିସରରେ ଧନୁପାଲି,ଗୋବିନ୍ଦତୋଳା,ଭତ୍ରା,ପୁଟିବନ୍ଧ ଅଂଚଳର ନାଗରିକଙ୍କ ଉପସ୍ଥିତ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ସଭ୍ୟ ରାକେନ୍ଦ୍ର ପଣ୍ଡା ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଥିଲା ।ବୈଠକ ରେ ଧନୁପାଲି ଅଂଚଳ ର ମୌଳିକ ସମସ୍ୟା ଯଥା ସ୍ଵେରେଜ ଓ ପିଏଚ୍ଡି ଜନିତ ମାଟିଖୋଲା ଯୋଗୁଁ ଧନୁପାଲି ଧମା,ଧନୁପାଲି ଗୋବିନ୍ଦତୋଳା,ଧନୁପାଲି ପୁଟିବନ୍ଧ ରାସ୍ତା ଓ ଷ୍ଟେଟବେଙ୍କ ରୁ ଭତ୍ରା ପର୍ଯ୍ୟନ୍ତ ଜାତୀୟ ରାଜପଥ ଦୟନୀୟ ଅବସ୍ଥା,ଲୋକ ଙ୍କ ମରଣଯନ୍ତ ପାଲଟିଛି ।ବାରମ୍ବାର ଛୋଟବଡ଼ ଦୁଘଟଣା ଘଟି ଜୀବନ ମଧ୍ୟ ଗଲାଣି,ପ୍ରତିକାର ବ୍ୟବସ୍ଥା ନାହିଁ। ସହର କୁ ପ୍ରବେଶ ପଥ ଧନୁପାଲି ଛକ ଏକ ପ୍ରମୁଖ ଛକ ଯାହା କଟକ,ଦେବଗଡ଼,ବଲାଙ୍ଗୀର ଓ ଝାରସୁଗୁଡା ଜିଲ୍ଲାର ସଂଯୋଗ ପଥ,ମାତ୍ର ଏହି ଛକ ର ଅବସ୍ଥା ଶୋଚନୀୟ ,ଖାଲ ଢ଼ିପ ଥାଇ ଆଜକୁ 3 ବର୍ଷ ରୁ ଉର୍ଦ୍ଧ୍ ହେବ ଏହି ରାସ୍ତା ଆଂଶିକ ଭାବେ ବନ୍ଦ ଅଛି,ଟ୍ରାଫିକ ସମସ୍ୟା ଅତି ଉତ୍କଟ,ପାନୀୟ ଜଳ ସମସ୍ୟା ଲୋକଙ୍କୁ ମାର୍ଚ୍ଚ ମାସରୁ ଅତିଷ୍ଠ କଲାଣି,ସରକାର ଙ୍କ ଅମୃତ ଯୋଜନା ଏଠାରେ ପହଞ୍ଚି ପାରୁନାହିଁ,ମହାନଗର ଭିତରେ ଥାଇ ମଧ୍ୟ ଲୋକେ ପାଣି ଟୋପାଏ ପାଇଁ ଗରା ,ବାଲ୍ଟି ଧରି ସକାଳୁ ପାଣି ପାଇଁ ଲାଇନ ଲାଗୁଛନ୍ତି ।ପରିମଳ ବ୍ୟବସ୍ଥା ଅତି ନିରାଶାଜନକ,ସଫେଇ ଓ ନାଲିନାର୍ଦମା ସଫେଇ କର୍ମଚାରୀ ଅଭାବରୁ ହୋଇ ପାରୁନାହିଁ। ଧନୁପାଲି ପରି ବ୍ୟାପକ ଅଂଚଳରେ ପରିଶ୍ରାଗାର ଟିଏ ନାହିଁ ,ବଜାର ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଗୋବିନ୍ଦତୋଳା ଥରେ ମାର୍କେଟ ଘର ତିଆରି ହୋଇଛି,ମାତ୍ର ମହାନଗର ନିଗମ ର ଇଛା ଶକ୍ତି ର ଅଭାବ ହେତୁ ତାହା ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ରେ ପରିଣତ ହୋଇ ରାସ୍ତା ଉପରେ ମାର୍କେଟ ବସିବା ଫଳରେ ଟ୍ରାଫାଫିକ ସମସ୍ୟା ଦେଖାଦେଉଛି,ପାଖରେ ଗ୍ରୀଡ଼ ଥାଇ ମଧ୍ଯ ଅଧିକାଂଶ ସମୟ ମରାମତି ନା ରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ଧାର ରେ ରହିବାକୁ ପଡୁଛି,ଗୋବିନ୍ଦତୋଳା ହରଡ଼ ନଦୀ ଉପରେ ନିର୍ମିତ ନୁଆଁ ବ୍ରିଜ ଅକାମି ହୋଇ ପଡିଛି,ଏହିପରି ଅନେକ ସମସ୍ୟା ଉପରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ, ଆଗାମୀ ଦିନ ରେ ଏକ ସମ୍ପୂର୍ଣ କମିଟି ହେବ ପର୍ଯ୍ୟନ୍ତ କାମ ସମ୍ପାଦନ ପାଇଁ ଏକ ଆଡ଼ହକ କମିଟି ଗଠନ କରାଗଲା,ଏହିରେ ଶ୍ରୀ ରାଜେନ୍ଦ୍ର ପଣ୍ଡା,ଆବାହକ,ଦାମୋଦର କର,କୃଷ୍ଣଶ୍ଚନ୍ଦ୍ର ସୋନାର,ଡୋଳମଣି ମେହେର,ସୌରଭ ମହାପାତ୍ର,ବିଦେଶୀ ସାନବଡ଼,ନରେନ୍ଦୁ ରାୟଗୁରୁ,ଓ ଦିଲ୍ଲୀପ ମହାପାତ୍ର ପ୍ରମୁଖ ଯୁଗ୍ମଆବାହକ ମନୋନୀତ ହେଲେ ।ଖୁବ୍ଶୀଘ୍ର ସମସ୍ୟା ସବୁ ଜିଲ୍ଲାପାଳ ଙ୍କ ଠାରେ ଉପସ୍ଥାପିତ କରିବାକୁ ସ୍ଥିର ହେଲା ।ଶେଷରେ ସଭ୍ୟ ଶ୍ୱେତକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ,ସଭା ପରିଚାଳନା ରେ ତପନ ଗୁରୁ,ସଂଜୀବ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.