ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀର ମୃତଦେହ ଉଦ୍ଧାର

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟର ବରହେଇପାଣି ରେଞ୍ଜର ତୁଳସୀବଣୀ ଗେଟ ନିକଟ ଚାଡିରିପାହାଡ଼ ନିକଟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ନିଆଁଲିଭା କର୍ମଚାରୀ ବିର କିଶୋର ସିଂଙ୍କ ମୃତ୍ୟୁ ।ମୃତ୍ୟୁର କାରଣ ଅସ୍ପଷ୍ଟ ।ଆଜି ସେ ନିଆଁ ଲିଭା କାର୍ଯ୍ୟରେ ଉକ୍ତ ପାହାଡ଼ରେ ନିୟୋଜିତ ଥିଲେ,  ହେଲେ ତାଙ୍କୁ ଏକ ଗୋଛ ମୂଳରୁ 

ସଂଜ୍ଞାହୀନ ଅବସ୍ଥାରେ ସହକର୍ମୀମାନେ ଉଦ୍ଧାର କରି ପ୍ରଥମେ ଯଶିପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ ।ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ଯଶିପୁର ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ପଠାଇଛି ।ତେବେ ଜଣେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଯୁବକଙ୍କ ଏପରି ମୃତ୍ୟୁର କାରଣ କଣ ହଇ ଥାଇପାରେ । ମୃତ୍ୟୁ ର କାରଣ ଅତ୍ୟଧିକ ଗରମ କିମ୍ବା କୌଣସି ବିଷାକ୍ତ କୀଟ ଆକ୍ରମଣ କରିଥିବା ଅନୁମାନ କରୁଥିଲେ ବି ବନଭିବାଗ କହୁଛି  ସେ ଭାତ ଖାଉଥିବା ବେଳେ ହଠାତ ଓଲଟି ପୋଡି ମୃତ୍ୟୁ ବରଣ କରିଛି ।ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ର କୌଣସି ସଠିକ ତଥ୍ୟ ମିଳି ନ ଥିଲେ ବି ଏହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ସାମ୍ନା କୁ ଆସିବ ।

Leave A Reply

Your email address will not be published.