ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

0 2

ପାରମ୍ପାରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,– ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ପାରମ୍ପାରିକ ଗାମୁଛା ଦେଇ ଔପଚାରିକ ଭାବେ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ।

ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି | ରାଉରକେଲା ସ୍ଥିତ ରାଉରକେଲା ଇସ୍ପାତ କରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ) ଉଦ୍ଘାଟନ କରିବା ସହ ଏକାଧିକ କର୍ଯ୍ୟକ୍ରମରେ ଯୋଗଦେବା ନେଇ ଟ୍ୱିଟ୍ କରି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଔପଚାରିକ ଭାବେ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ସାକ୍ଷାତ୍ କାଳରେ ଶ୍ରୀ ପ୍ରଧାନ  ରାଷ୍ଟ୍ରପତିଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ ହାତବୁଣା ଗାମୁଛା ଉପହାର ଦେଇଥିଲେ ।

 

Leave A Reply

Your email address will not be published.