ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଉଦଘାଟିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ଉକ୍ତ ଉତ୍ସବକୁ ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ କୁମାର ଚୌଧୁରୀ , କାଶୀନଗର ବ୍ଳକ ଅଧ୍ୟକ୍ଷ ସି.ଏଚ୍. ସୀମାଦ୍ରୀ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀନିବାସ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। 

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିଲେ। ଏହି ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ୧୫ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ସୋମବାର ଦିନ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବର ସିଧା ପ୍ରସାରଣ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣର ସିଧା ପ୍ରସାରଣ ରହିଥିଲା। 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା  ମତ୍ସ ଅଧିକାରୀ , ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ,  ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବା ସହ ବିଭିନ୍ନ ବ୍ଳକରୁ ଚାଷି ଉପସ୍ଥିତ ଥିଲେ ଏବଂ କୃଷି ସମ୍ପର୍କିତ ବିଭିନ୍ନ ଷ୍ଟଲ ଖୋଲା ଯାଇଛି। 

Leave A Reply

Your email address will not be published.