ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଆବାହକ ପ୍ରଶାନ୍ତ ପାଢ଼ୀ, ଲକ୍ଷ୍ମୀ ମହାରଣା, ଯଜ୍ଞେସେନି ପ୍ରଧାନ, ମମତା ଖଣ୍ଡାୟତ ଙ୍କ ନେତୃତ୍ୱରେ ନାରୀ ସେବା ସଦନ ଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ କୁ ସ୍ଥାୟୀ କରାଯାଇ କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା,18 ହଜାର ଦରମା, ପେନସନ 3 ହଜାର, ଅବସର ନେବା ବେଳକୁ 2 ଲକ୍ଷ ସହାୟତା, ସ୍ଵାସ୍ଥ୍ୟ ବିଭାଗ ତଥା ଗ୍ରାମ୍ୟ ସ୍ତରରେ ସରକାରୀ ପଦବୀରେ ନିଯୁକ୍ତି ଦେବା, ବୁର୍ଲା ଡ଼ାକ୍ତରଖାନାରେ ଆଶା ଗୃହ ନିର୍ମାଣ, ମୃତ୍ୟୁ କାଳୀନ 5 ଲକ୍ଷ ସହାୟତା, ସ୍ମାର୍ଟ ଫୋନ୍ ଦେବା, ଉଚ୍ଚ କୁଶଳୀ ଶ୍ରମିକ ମାନ୍ୟତା ପ୍ରଭୃତି ଦାବୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦେବା ସହ RDC ଓ ଜିଲ୍ଲପାଳଙ୍କୁ ଦିଆଯାଇଥିଲା। ନିରାପଦ ମାତୃତ୍ଵ ଓ ଶିଶୁ ମୃତ୍ୟୁହାର କମାଇବା ଦିଗରେ କର୍ମୀ ମାନେ ଉସର୍ଗିକୃତ ସେବା କରୁଛନ୍ତି ହେଲେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କେହି ଆଗଭର ନାହାଁନ୍ତି ବୋଲି ଆବାହକ ପ୍ରଶାନ୍ତ ପାଢ଼ୀ କହିଛନ୍ତି। ମା ଓ ଶିଶୁ ର ଭବିଷ୍ୟତ ଆଶା ସଂଚାର କରୁଥିବା ଆଶା କର୍ମୀ ନିରାଶାରେ କାଳାତିପାତ କରୁଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆଗାମୀ ଦିନରେ ଏହି ସଂଗ୍ରାମକୁ ଭୁବନେଶ୍ବର ସ୍ଥରରେ କରାଯିବ ବୋଲି ସୂଚନା ଦେଇଛନ୍ତି। ଲକ୍ଷ୍ମୀ ମହାରଣା, ଯଜ୍ଞେଶେନି ପ୍ରଧାନ, ମମତା ଖଣ୍ଡାୟତ, ସନ୍ଧ୍ୟା ରାଣୀ ସେଠୀ, ମୁକ୍ତା ପ୍ରଧାନ, ସଂଜୀତ। ସିଂ, ପ୍ରଭାତୀ ନାୟକ, ସୌଦାମିନୀ ଦେହେରୀ, ସୁଜାତା ସାହୁ, ବବିତା ନାଥ, ଲକ୍ଷ୍ମୀ ତାଣ୍ଡି ଆ, ବିଦେଶିନୀ ବେହେରା, ହୀରା ବତି ମିର୍ଦ୍ଧା ସମେତ ବହୁସଂଖ୍ୟାରେ ଆଶା କର୍ମୀ ଉପସ୍ଥିତ ଥିଲେ।ଜିଲ୍ଲାପାଳ ଶୁଭମ୍ ସକ୍ସେନ୍। ଙ୍କ ସହିତ ଆଲୋଚନା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା, ଦାବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ, RDC ଙ୍କ ସଚିବ ଓ ସିଡିଏମଓ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post