ସାମାଜିକ କର୍ମୀ କୁମାରୀ ସାହୁ ସମ୍ମାନିତ

0 2

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):   ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ  ଓ ଓମେନ୍ସ ଏମ୍ପାୱାରମେଣ୍ଟ ତଥା ଉତ୍କଲୀୟ ଫାଉଣ୍ଡେସନ ପକ୍ଷରୁ ଆଜି ଭଟିଲି ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମର ସାମାଜିକ କର୍ମୀ ତଥା ସମ୍ମାନୀତ ଶିଶୁ ବିକାଶ ବିଭାଗର  ଜଣେ ଦକ୍ଷ କର୍ମଚାରୀ ଭଟଲିର ସୁଜ୍ଞାନୀ ସାହୁ ଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଲକଡାଉନ ଓ ସଟ୍  ଡାଉନ ସମୟରେ କୁମାରୀ ସାହୁ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ଅନୁଦାନ ଦେଇ ଚର୍ଚ୍ଚା କୁ ଆସିଥିଲେ। ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସେହି ସମାଜ କାର୍ଯ୍ୟ ପାଇଁ ତାଙ୍କ ବାସଭବନରେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି  ମୁକୁନ୍ଦ ଦାଶ ତାଙ୍କୁ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭଟିଲି ର ଅନ୍ୟ ସହଯୋଗୀ ମାନେ ମଧ୍ଯ ସାମିଲ ହୋଇଥିଲେ।

Leave A Reply

Your email address will not be published.