ସୋହେଲା :- ପ୍ରତ୍ୟେକ ଆଉଟଡୋର ଗେମ ମଣିଷକୁ ସୁସ୍ଥ ସବଳ କରିଥାଏ । ଖୋଲା ପଡିଆରେ ଖେଳା ଯାଉଥିବା ସବୁ ଖେଳ ଖେଳାଳି ମାନଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ସବଳ କରିଥାଏ । ଆଜିକାର ଆଧୁନିକ ଓ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ଭିତରେ ଯୁବ ସମାଜ ପଡିଆ ଠାରୁ ଦୂରେଇ ଯାଇଛନ୍ତି । ଯାହାକି ଯୁବ ସମାଜ ପାଇଁ ନିଶ୍ଚିତ ଭାବରେ ବିପଦପୂର୍ଣ୍ଣ । ବ୍ୟସ୍ତତାରୁ କିଛି ସମୟ ବାହାର କରି ଖେଳ ଖେଳିଲେ ଭଲ ବ୍ୟାୟାମ ହେବା ସହିତ ମନ ମଧ୍ୟ ଠିକ ରହିବା ସଙ୍ଗେ ସଙ୍ଗେ ମଣିଷ ପ୍ରଫୁଲ୍ଲିତ ହୋଇପାରିବ ବୋଲି ଆଜି ସୋହେଲା ବ୍ଲକ୍ ଘେଁସ ନିକଟସ୍ଥ ସାର୍ଗୁଣାପାଲି (ବୈରାଗ ଟୀକ୍ରା) ଠାରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଯୁବନେତା ଶ୍ରୀ ସୁବ୍ରତ ସିଂହ କହିଛନ୍ତି । ଏହି ଅବସରରେ ଖେଳାଳୀ ମାନଂକୁ ଉତ୍ସାହିତ କରିବା ସହିତ ବିଜେତା ମାଝିପାଲି ଓ ଉପ ବିଜେତା ଝଗଡ଼ଝାଳ ଦଳକୁ ପୁରସ୍କାର ପ୍ରଦାନ କରିବା ସହିତ ଅନ୍ୟାନ୍ୟ ଅନେକ ଖେଳାଳି ମାନଙ୍କୁ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି । ଆଜି ଫାଇନାଲ ମେଚ ଦେଖିବାକୁ ବହୁ ସଂଖ୍ୟାରେ ନିକଟସ୍ଥ ଗ୍ରାମ ମାନଙ୍କରୁ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଖେଳାଳି ମାନଙ୍କ ଖେଳ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.