ଜିଲ୍ଲାସ୍ତରୀୟ କଳାହାଣ୍ଡି  ଚିତ୍ରଶିଳ୍ପୀ କଳାକାର ସଙ୍ଘ ସମ୍ମିଳନୀ l

0 2

କୋକସରା -ଦେବେନ୍ଦ୍ର ସାଗର(ଶାସକ ପ୍ରଶାସକ ) : କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଙ୍ଘ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆଜି କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କୋକସରା ବ୍ଲକ କଳାକାର ସଙ୍ଘ ର ବିଶିଷ୍ଟ ଚିତ୍ରଶିଳ୍ପୀ ଆନନ୍ଦ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଆନୁଷ୍ଠାନିକ ଭାବରେ ଏହି ସମ୍ମିଳନୀ ର ଉଦଘାଟନ କରିଥିଲେ l ବିଗତ ଦିନରେ ଇହଲୀଳାସମ୍ବରଣ କରିଥିବା କଳାକାର ମାନଙ୍କ ଅମରଆତ୍ମା ର ସଦଗତି ନିମନ୍ତେ ସମସ୍ତ କଳାକାର ମାନେ ନିରବ ପ୍ରାର୍ଥନା କରିଥିଲେ, ପରେ ପରେ କର୍ଲlମୁଣ୍ଡା ର ଦିଲ୍ଲୀପ କୁମାର ବାଗ ଙ୍କ ଦ୍ୱାରା କଳାକାର ଙ୍କ ଜୀବନ ଶୈଳୀ ଉପରେ ଆଧାରିତ ଏକ ସୁନ୍ଦର ଗୀତ ପରିବେଷଣ ହୋଇଥିଲା ଓ ମା ବସ୍ତରେନ କଲାପରିଷଦ ମାଝୀଗୁଡା ଘୁମୁରା ଦଳ ତରଫରୁ ସୁନ୍ଦର ଦେଶାତ୍ମବୋଧକ ପ୍ରାରମ୍ଭିକ ସଂଗୀତ ପରିବେଷଣ ହୋଇଥିଲା l

ଏହି ଅବସରରେ ମଞ୍ଚାସିନ ଅତିଥି ମାନେ କଳାକାର ମାନଙ୍କୁ ଉଚିତ ଭତ୍ତା ପ୍ରଦାନ, ବୀମା ଭୁକ୍ତ, ସ୍ଥାୟୀ ସଂରକ୍ଷଣ, ବିଷୟରେ ବିଚାର ବିମର୍ଶ ପରେ ସରକାର ଙ୍କୁ ଦାବୀ ଜଣେଇବା ପାଇଁ ମତବ୍ୟକ୍ତ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟସାଧାରଣ ସମ୍ପାଦକ ରଞ୍ଜନ ମିଶ୍ର, କଳାହାଣ୍ଡି ଜିଲ୍ଲା ସଭାପତି ହିମାଂଶୁ ଶେଖର ନାଏକ, ମୁରିବାହାଲ ସଭାପତି ଗୋପାଳ ସିଂ ଭୋଇ, ନୂଆପଡା ଜିଲ୍ଲା ସଭାପତି ଗୌରାଙ୍ଗ ମଲ୍ଲିକ,ଗଞ୍ଜାମ ସଭାପତି ଦିଗାମ୍ବର ଜେନା,ଦାମୋଦର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l ଗଜିନ୍ଦ୍ର ନାଗ ଓ ସୁରେଶ ସାହୁ ସଭା ସଂଯୋଜନା କରିଥିବା ବେଳେ ପ୍ରଦୀପ ପାଟ୍ଟଯୋଶୀ, ହୃଷିକେଶ ରାଉତ, ଶିଶିର କୁମାର ପାତ୍ର, ହେମନ୍ତ ଆର୍ଟ, ରାଜେଶ ଆର୍ଟ, ସୁଧାଂଶୁ ଆର୍ଟ, ପ୍ରେମ ଆର୍ଟ ବିଶେଷ ସହଯୋଗ କରିଥିଲେ 

Leave A Reply

Your email address will not be published.